ETV Bharat / sitara

ବିହାରରେ ପାଠ ପଢୁଛନ୍ତି ଇମରାନ-ସନ୍ନିଙ୍କ ପୁଅ !

author img

By

Published : Dec 10, 2020, 11:07 AM IST

ପ୍ରାୟ ଦେଶରେ ଏମିତି କଲେଜ ଅଛି । ଯେଉଁଠିକାର ଛାତ୍ରଛାତ୍ରୀ ନିଜ ନିଜ ଫର୍ମରେ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ସାମିଲ କରି ସମସ୍ତଙ୍କ ସହ ମଜାକ କରନ୍ତି । ଏଥର ମଧ୍ୟ ଏମିତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଯଦି ଆପଣ ଜାଣନ୍ତି ଯେ ବିହାରର ମୁଜାଫରପୁରରେ ଅଭିନେତା ଇମରାନ ହାସମୀ ଏବଂ ସନ୍ନି ଲିଓନିଙ୍କ ପୁଅ ପାଠ ପଢୁଛନ୍ତି ତେବେ ନିହାତି ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ଆପଣ ଭାବୁଥିବେ ଏହି ଦୁଇଜଣ ବିବାହ କେବେ କଲେ । ଯଦି ବିବାହିତ ନୁହେଁ, ପୁଅ କେଉଁଠୁ ଆସିଲା । ଏବଂ ତାହା ମଧ୍ୟ ମୁଜାଫରପୁରରେ । ଏମିତି ହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା...

କଥାଟି ହେଲା ଯେ ବିହାରର ମୁଜାଫରପୁର ସହରରେ ଅବସ୍ଥିତ ବିଆରଏ ବିହାର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଫର୍ମରେ ଇମରାନ ଏବଂ ସନ୍ନିଙ୍କ ନାମ ତାଙ୍କ ପିତାମାତା ଭାବରେ ପୂରଣ କରିଛନ୍ତି ।

ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟ ଅଧୀନରେ ଅବସ୍ଥିତ ମୀନାପୁରର ଧନରାଜ ମହତୋ କଲେଜର ଛାତ୍ର କୁନ୍ଦନ କୁମାର ତାଙ୍କ ଫର୍ମରେ ମା’ଙ୍କ ନାମ ସନ୍ନି ଲିଓନି, ପିତାଙ୍କ ନାମ ଇମରାନ ହାସମୀ ଏବଂ ମୁଜାଫରପୁର ସହରର ଚତୁର୍ଭୁଜ ଠିକଣା ବୋଲି ପୂରଣ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫର୍ମ ବିଷୟରେ ବିଶ୍ବବିଦ୍ୟାଳୟର କାମ କରୁଥିବା ଜଣେ ଅଧିକାରୀ ରାମ କ୍ରିଷ୍ଣ ଠାକୁର କହିଛନ୍ତି ଯେ ତାଙ୍କୁ ଏହି ମାମଲା ସମ୍ପର୍କରେ ସୂଚନା ମିଳିଛି ଏବଂ ଏହା ଛାତ୍ରଙ୍କ ଦୁର୍ବ୍ୟବହାର ଭଳି ମନେ ହେଉଛି । ବର୍ତ୍ତମାନ ତାଙ୍କର ଏପରି କାର୍ଯ୍ୟର ଯାଞ୍ଚ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.