ETV Bharat / sitara

ସୁଶାନ୍ତ ସିଂ ମାମଲାରେ ସିବିଆଇ ଯାଞ୍ଚ ସୁପାରିଶ କଲା ବିହାର ସରକାର

author img

By

Published : Aug 4, 2020, 12:43 PM IST

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ସୁଶାନ୍ତଙ୍କ ବାପା କେ.କେ ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ । ଅଧିକ ପଢନ୍ତୁ...

ସୁଶାନ୍ତ ସିଂ ମାମଲାରେ ସିବିଆଇ ଯାଞ୍ଚ ସୁପାରିଶ କଲା ବିହାର ସରକାର
ସୁଶାନ୍ତ ସିଂ ମାମଲାରେ ସିବିଆଇ ଯାଞ୍ଚ ସୁପାରିଶ କଲା ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ମୋଡ । ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ସରକାର । ସୁଶାନ୍ତ ସିଂଙ୍କ ବାପା କେ.କେ ସିଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ଏହା ପରେ ବିହାର ମୁଖ୍ୟମନ୍ତ୍ରୀ ଡିଜିପି ଗିପ୍ତେଶ୍ବର ପାଣ୍ଡେଙ୍କୁ ତଦନ୍ତଭାର ସିବିଆଇକୁ ହସ୍ତାନ୍ତର ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହୋଇଥିଲେ । ଆମେ ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛୁ । ଆଜି ସନ୍ଧ୍ୟା ସୁଦ୍ଧା ଏନେଇ ରହିଥିବା ସମସ୍ତ କାଗଜ ପତ୍ର କାମ ଶେଷ ହେବ । ଅନ୍ୟପଟେ, ଗତକାଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଏହି ଘଟଣାରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ତାର ଯାଞ୍ଚ ଚଳାଇଛି ।

ଗତ କିଛି ଦିନ ତଳେ ସୁଶାନ୍ତ ସିଂଙ୍କ ବାପା ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ଆସ୍ଥା ହରାଇ ବିହାର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ 6 ଜଣଙ୍କ ନାଁରେ ଏତଲା ଦେଇଥିଲେ । ଏହି ଘଟଣାରେ ବିହାର ପୋଲିସ ଖୋଳତାଡ ଆରମ୍ଭ କରିଛି । ମୁମ୍ବାଇ ପୋଲିସ, ବିହାର ପୋଲିସକୁ କୌଣସି ସହଯୋଗ କରୁନଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.