ମୁମ୍ବାଇ: ଆସନ୍ତା ସୋମବାର ୫୬ ବର୍ଷ ବୟସରେ ପାଦ ଥାପିବେ ବଲିଉଡ଼ ଭାଇଜାନ ସଲମାନ ଖାନ । ଜନ୍ମଦିନ ପୂର୍ବରୁ ପ୍ରି-ବର୍ଥଡେ' ପାଳିଛନ୍ତି ଏହି ସୁପରଷ୍ଟାର । ଫିଲ୍ମ RRRର କଳାକାର ବିଗ ବସକୁ ପ୍ରମୋସନ ପାଇଁ ଆସିଥିବା ବେଲେ ଏହି ଟିମ ସହ ନିଜ ଜନ୍ମଦିନକୁ ଆଗୁଆ ପାଳିଛନ୍ତି ସଲମାନ ।
ଏହା ବି ପଢନ୍ତୁ: ବଏଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରକୁଲ, ଲେଖିଲେ ପ୍ରେମଭରା ପୋଷ୍ଟ
ଏହି ଦୃଶ୍ୟକୁ ଦର୍ଶକମାନେ ଆଗକୁ ଆସୁଥିବା ଏପିସୋଡ଼ରେ ଦେଖିବାକୁ ପାଇବେ । ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ, ଜୁନିଅର NTR, ରାମ ଚରଣ ଓ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ପ୍ରମୁଖ ଉପସ୍ଥିତ ଥିଲେ । ଆଲିଆ ନିଜ ଅନ୍ଦାଜରେ ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଲିଆ ଏହି ଏପିସୋଡ଼ରେ ହୋଷ୍ଟ କରି ଶୋ' ଆରମ୍ଭ କରିଥିବା ବେଳେ ସଲମାନଙ୍କୁ ବର୍ଥ ଡେ' ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ ।
- " class="align-text-top noRightClick twitterSection" data="">
ଏହା ବି ପଢନ୍ତୁ: ମନ କିଣିଲା ମନୋରଞ୍ଜନ ଜଗତ: ଚମକିଲା ଓଡିଆ ଫିଲ୍ମ, ଚମକିଲେ ବଲିଉଡ ଷ୍ଟାର
ଏହି ମୁହୂର୍ତ୍ତକୁ ଆହୁରି ଦମଦାର କରିବା ପାଇଁ ବିଗବସ୍ ପ୍ରତିଯୋଗୀମାନେ ସଲମାନଙ୍କ ପାଇଁ ଷ୍ଟୋରରେ ଏକ ଉପହାର ରଖିଥିବା ଆଲିଆ କହିଥିଲେ । ଆଲିଆ ପ୍ରତିଯୋଗୀଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ଭେଟିବା ବେଳେ ହାଉସର ସଦସ୍ୟମାନେ ଏକ ପାୱାର-ପ୍ୟାକ୍ଡ ପର୍ଫରମାନ୍ସ ଭେଟି ଦେଇଥିଲେ । ନିର୍ଦ୍ଦେଶକ ରାଜମୌଲୀ କେକ୍ କାଟି ଏହି ସେଲିବ୍ରେସନକୁ ଶେଷ କରିବା ସହିତ ଟିମ ପକ୍ଷରୁ ସଲମାନଙ୍କୁ ଏକ ଛୋଟ ଉପହାର ଭେଟି ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ