ETV Bharat / sitara

ନ୍ୟାସନାଲ ଟିଭିରେ ଲେଡିଲଭ ଦିଶାଙ୍କୁ ପ୍ରପୋଜ କଲେ ରାହୁଲ - ଭାଇରାଲ ହେଲା ବିଗବସ 14ର ନୂଆ ପ୍ରୋମୋ ଭିଡିଓ

‘ବିଗବସ 14’ରେ ସାମିଲ ହୋଇଥିବା ଲୋକପ୍ରିୟ ଗାୟକ ରାହୁଲଙ୍କୁ ନେଇ ନୂଆ ଚର୍ଚ୍ଚା । ଏଥର ସେ ଖୁଲମଖୁଲା ନିଜ ଗାର୍ଲଫ୍ରେଣ୍ଡ ଦିଶାଙ୍କ ପାଇଁ ପ୍ରେମ ଜାହିର କରିଥିବାର ଆସୁଛନ୍ତି ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାହୁଲ ବୈଦ୍ୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାହୁଲ ବୈଦ୍ୟ
author img

By

Published : Nov 12, 2020, 9:02 AM IST

ମୁମ୍ବାଇ: ଟିଭିର ପପୁଲାର ରିୟାଲିଟି ଶୋ ‘ବିଗବସ 14’ ସମସ୍ତଙ୍କ ମନ କିଣିବାରେ ଲାଗିଛି । ଶୋର ପ୍ରତିଯୋଗୀଙ୍କ ଝଗଡା, ଖଟ୍ଟାମିଠା ନୋକ-ଝୋକ ଦେଖିବାକୁ ସବୁବେଳେ ଅନାଇ ବସୁଛନ୍ତି ଦର୍ଶକ । ଏଥର ଆଗାମୀ ଏପିସୋଡରେ ଖାସ୍ ଜିନିଷ ଦେଖିବାକୁ ମିଳିବ । ଶୋର ପ୍ରତିଯୋଗୀ ତଥା ଗାୟକ ରାହୁଲ ବୈଦ୍ୟଙ୍କ ରୋମାଣ୍ଟିକ ଅନ୍ଦାଜ ଆସନ୍ତା ଏପିସୋଡରେ ପ୍ରସାରିତ ହେବେ ।

ସେ ନ୍ୟାସନାଲ ଟେଲିଭିଜନରେ ନିଜ ଲେଡିଲଭ ଦିଶା ପରମାରଙ୍କ ସହ ନିଜ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି । ଏହାସହ ସେ ତାଙ୍କୁ ପ୍ରେମ ନିବେଦନ କରୁଥିବାର ମଧ୍ୟ ଦେଖାଯାଇଛନ୍ତି । ଯାହାର ପ୍ରୋମୋ ଭିଡିଓ ରିଲିଜ ହୋଇଛି ।

ଭାଇରାଲ ହେଉଥିବା ପ୍ରୋମୋ ଭିଡିଓରେ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିବାର ଦେଖାଯାଉଛନ୍ତି ରାହୁଲ । ଦିଶାଙ୍କ ଜନ୍ମଦିନରେ ଏହି ଖାସ୍ ଉପହାର ଦେଇଛନ୍ତି ସେ । ଆଉ ଏବେ ସେ ଦିଶାଙ୍କ ଜବାବର ମଧ୍ୟ ଅପେକ୍ଷା କରିଛନ୍ତି । ଏବେ ଦେଖିବା ବାକି ରହିଲା ଦିଶା କେବେ ତାଙ୍କୁ ବିବାହ ପାଇଁ ରାଜି ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.