ମୁମ୍ବାଇ: ଫେରିଲା ବିଗବସ୍ ହାଉସ 13ର ରନକ୍ । ପୁଣି ଏକାଠି ହେଲେ ସିଡ୍-ଅସିମ୍ । ତେବେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶନିବାର ଟେଲିକାଷ୍ଟ ହୋଇଥିବା ୱିକେଣ୍ଡ କା ବାର୍ ଏପିସୋଡରେ ।
ତେବେ ବିଗ୍ବସ୍ ହାଉସରେ ଝଗଡା ଏକ ସାଧାରଣ କଥା । ଯେଉଁଠି କଥା କଥାରେ ପରସ୍ପର ଭିତରେ ହୋଇଥାଏ ଲଢେଇ । ମାତ୍ର ସିଡ-ଅସିମଙ୍କ ଭିତରେ ଏହି ଝଗଡା ଦର୍ଶକଙ୍କୁ ସହଜରେ ହଜମ ହୋଇନଥିଲା । କାରଣ ସେମାନଙ୍କ ମଧ୍ୟରେ ବଣ୍ଡିଙ୍ଗ୍ ଥିଲା ଖୁବ୍ ଷ୍ଟ୍ରଙ୍ଗ୍ । କିନ୍ତୁ ନିକଟରେ ଖେଳାଯାଇଥିବା ଏକ ଟାସ୍କରେ ପରସ୍ପରଙ୍କ ମଧ୍ୟରେ ହୋଇଥିଲା ଖିଟ୍ପିଟ୍ ।
ବିଗବସ୍ ହାଉସରେ ଗତ ସୋମବାର କ୍ୟାପ୍ଟେନସିପ୍ ପାଇଁ ହୋଇଥିଲା ଏକ ଟାସ୍କ । ଯେଉଁଥିରୁ ଖୁବ୍ ସହଜରେ ଓହରି ଯାଇଥିଲେ ଅସିମ୍ । ଯାହାକୁ ନେଇ ନିରାଶ ହୋଇଥିଲେ ସିଦ୍ଧାର୍ଥ । ଅନ୍ୟପଟେ ଅସିମ୍ ସିଡଙ୍କ ଉପରେ ତାଙ୍କୁ ସପୋର୍ଟ ନକରିବାର ଅଭିଯୋଗ ଆଣିଥିଲେ ।
ଆଉ ଏହାପରେ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଅସିମ୍ ସିଦ୍ଧାର୍ଥଙ୍କ ଉପରେ କାହାକଥା ନଶୁଣିବା ସହ ନିଜ ଇଚ୍ଛାରେ ଖେଳୁଥିବା ନେଇ ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଝଗଡା ସେତେବେଳେ ସିରିୟସ୍ ହେଲା ଯେତେବେଳେ ଏଦୁହେଁ ପରସ୍ପର ସହ କଥା ନହେବା ପାଇଁ ନିଷ୍ପତ୍ତି ନେଲେ । ଯାହା ଦର୍ଶକଙ୍କୁ ଖୁବ୍ ନିରାଶ କରିଥିଲା ।
ମାତ୍ର ଶନିବାର ଏପିସୋଡରେ ସଲମାନ୍ ଖାନ୍ ଅସିମ୍ଙ୍କୁ ପ୍ରଶଂସା କରିବା ସହ ତାଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ସାବାସି ମଧ୍ୟ ଦେଇଥିଲେ । ଏପିସୋଡର ଶେଷ ଭାଗରେ ଅସିମ୍ ସିଡଙ୍କୁ ତାଙ୍କ ହେୟାର ଷ୍ଟାଇଲକୁ ଠିକ୍ କରିବା ପାଇଁ କହିବା ସମୟରେ ସିଡ୍ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ପୁଣି ଏକାଠି ହୋଇଥିଲେ ବିଗବସ ସିଜିନ 13ର ଏହି ଦୁଇ ବନ୍ଧୁ ।
ଏଠାରେ ଆପଣଙ୍କୁ କହି ରଖୁଛୁ ସିଦ୍ଧାର୍ଥ ଏବଂ ଅସିମ ଏହି ବନ୍ଧୁତା ଦୀର୍ଘ 5 ବର୍ଷର । ଯାହା ବିଗବସ୍ ହାଉସରେ ଅଧିକ ଷ୍ଟ୍ରଙ୍ଗ୍ ହୋଇଛି ।