ମୁମ୍ବାଇ: ବିଗ୍ବସ୍ 13 । ଫୁଲ୍ ଟ୍ବିଷ୍ଟରେ ଭରା ଚଳିତବର୍ଷର ଏହି ସିଜନ୍ । କେତେବେଳେ ଏଭିକ୍ସନ ତ କେତେବେଳେ ୱାଇଲ୍ଡକାର୍ଡ ଏଣ୍ଟ୍ରି । ଏସବୁ ମଧ୍ୟରେ ଏବେ କିଛି ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି ବିଗବସ୍ ହାଉସରେ ।
ନିକଟରେ ଶୋ'ରୁ ବାହାରିଛନ୍ତି ପାରଶ ଛାବଡା । ତେବେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେ ସର୍ଜରି ପାଇଁ ବାହାରକୁ ଯାଇଛନ୍ତି । କିଛିଦିନ ପରେ ହିଁ ସେ ଶୋ'କୁ ପୁଣି ଫେରିବା ନେଇ ସୂଚନା ଦେଇଛନ୍ତି ବିଗବସ୍ ।
ପାରଶଙ୍କ ଘରୁ ଚାଲିଯିବା ପରେ ଏବେ ସିଦ୍ଧାର୍ଥ ଘରେ ଏକା ହୋଇଯାଇଛନ୍ତି । ତାଙ୍କ ଟିମ୍ରେ ଏବେ ଶେହନାଜ ଏବଂ ମାହିରା ହିଁ ରହିଛନ୍ତି । ସେପଟେ ଘରର ଅନ୍ୟ ସଦସ୍ୟ ନିଜ ନିଜ ଟିମ୍ ବନାଇ ଗେମ୍ ଖେଳୁଛନ୍ତି । ତେବେ ଏହି ସପ୍ତାହର ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ କଥା ହେଉଛି ଏଥରର ନୋମିନେସନ୍ ।
ଯାହାଦ୍ବାରା ଘରର ଏକ ପପୁଲାର ସଦସ୍ୟ ବେଘର ହୋଇଯିବେ । ଏଥର ନୋମିନେଟେଡ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଆସିମ ରିୟାଜ, ରଶ୍ମି ଦେଶାଇ, ହିମାଂଶି ଖୁରାନା ଏବଂ ସେଫାଲୀ ଜରିୱାଲା ।
ଏ ସମସ୍ତ ନୋମିନେଟେଡ ସଦସ୍ୟ ଷ୍ଟ୍ରଙ୍ଗ ପାର୍ଟିସିପେଟ ଭାବେ ନଜର ଆସିଛନ୍ତି । ଆଉ ଏମାନଙ୍କୁ ଭିତରୁ ଏବେ କିଏ ନୋମିନେଟ ହେବ ତାହା ସଲମାନଙ୍କ ୱିକେଣ୍ଡ କା ବାରରେ ହିଁ ଜଣାପଡିବ । ତେବେ ଏଥର ଘରୁ ହିମାଂଶି ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ କେହି କେହି ସେଫାଲିଙ୍କୁ ମଧ୍ୟ କହୁଛନ୍ତି ।