ETV Bharat / sitara

ମିକାଙ୍କ ସହ କାମ କଲେ ଫସିବେ ଭାଇଜାନ ! - ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ

ସଲମାନଙ୍କୁ ମିଳିଲା ଚେତାବନୀ । ଗାୟକ ମିକାଙ୍କ ସହ କାମ କଲେ ହେବେ ବ୍ୟାନ ।

ଡିଜାଇନ ଫଟୋ
author img

By

Published : Aug 20, 2019, 11:50 PM IST

ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କୁ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଇମ୍ପ୍ଲାଇଜ ଫେଡରେସନ ଖୋଲା ଚେତାବନୀ ଦେଇଛି । ଯଦି ସେ ଗାୟକ ମିକା ସିଂହଙ୍କ ସହ କାମ କରୁଛନ୍ତି ତେବେ ତାଙ୍କ ଉପରେ ବ୍ୟାନ ଲଗାଯିବ । ମିକାଙ୍କ ଉପରେ ପାକିସ୍ତାନ ଯାଇ ପରଫର୍ମ କରିବା ବିରୋଧରେ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ(AICWA) ଏବଂ FWICE ବ୍ୟାନ ଲଗାଇ କହିଥିଲା ଯେ ଏବେ ତାଙ୍କ ସହ କେହି ମଧ୍ୟ କାମ କରିବେ ନାହିଁ ।

ପ୍ରକାଶ ଥାଉକି ସଲମାନଙ୍କ ଆସନ୍ତା 28ରେ ହେବାକୁ ଥିବା ଏକ ଇଭେଣ୍ଟରେ ମିକା ମଧ୍ୟ ପରଫର୍ମ କରିବେ । ଯଦି ଏମିତି ହେଉଛି ତେବେ ଏହି ସଂସ୍ଥା ଦୁଇଜଣଙ୍କ ଉପରେ ବ୍ୟାନ ଲଗାଇବ ।

FWICE ମହାସଚିବ ଅଶୋକ ଦୁବେ ଏକ ସାକ୍ଷାତକାରରେ କହିଥିଲେ କି ମିକାଙ୍କ ଉପରେ ବ୍ୟାନ ଜାରି ରହିବ । ତାଙ୍କ ସହ କଥାବାର୍ତ୍ତା ଅସଫଳ ହୋଇଛି । ଉଲ୍ଲେଖନୀୟ ଯୋଗ୍ୟ ଯେ ମିକା ସଂସ୍ଥାର ବିଏମ ତିୱାରୀଙ୍କ ଭିଡିଓ ଟ୍ବିଟ କରି କହିଥିଲେ କି ତାଙ୍କ ସଂସ୍ଥା ସହ କଥାବାର୍ତ୍ତା କରିସାରିଛନ୍ତି, କିନ୍ତୁ ଏହା ମିଥ୍ୟା ଥିଲା ।

ବୁଧବାର ମିକା ଏବଂ ଏହି ଦୁଇଟି ସଂସ୍ଥା ମଧ୍ୟରେ ଏକ ପ୍ରେସ କନଫ୍ରେନ୍ସ ଆୟୋଜିତ କରାଯିବ । ଏଥିରେ ମିକା ଦେଶକୁ କ୍ଷମା ମାଗିବେ । ଏହାପରେ ତାଙ୍କ ଉପରୁ ବ୍ୟାନ ହଟାଯିବ । କିନ୍ତୁ ଯଦି ସେ କ୍ଷମା ମାଗିବାକୁ ମନା କରିବେ ତେବେ ତାଙ୍କ ଉପରେ ବ୍ୟାନ ଜାରି ରହିବ । ଏମିତିରେ କେହି ଯଦି ମିକାଙ୍କ ସହ କାମ କରିବ ତେବେ ତାଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ।

ଫେଡରେଶନ ବ୍ୟାନ ମାନେ ମିକାଙ୍କ ସହ କେହି ମଧ୍ୟ କାମ କରିବେ ନାହିଁ । ଟେକ୍ନିସିଆନ, ଅଭିନେତା କିମ୍ବା ନିର୍ଦ୍ଦେଶକ ତାଙ୍କ ସହ କାମ କରିବ ପାରିବେ ନାହିଁ । ଖାଲି ଏତିକି ନୁହେଁ ଫେଡରେଶନ ବ୍ୟାନର ମାନେ ହେଲେ ମିକାଙ୍କ ସହ କୌଣସି ସ୍ପଟବୟ ମଧ୍ୟ କାମ କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ତାଙ୍କ ଉପରେ ବ୍ୟାନ ଲାଗିଛି ସେ ପର୍ଯ୍ୟନ୍ତ କେହି ମଧ୍ୟ ତାଙ୍କ ସହ କାମ କରୁଛନ୍ତି ତାଙ୍କ ବିରୋଧରେ ଫେଡରେଶନ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ ଅଶୋକ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.