ETV Bharat / sitara

ଦିୱାଲୀରେ ଭାଇଜାନ-ଖିଲାଡୀ ମୁକାବିଲା !

ଇଦରେ କୌଣସି ବଡ ଫିଲ୍ମ ରିଲିଜ ହେବାର ଆଶା ନାହିଁ । ଏପରି ସମୟରେ ସମସ୍ତ ପ୍ରଯୋଜକଙ୍କ ନଜର ରହିଛି ଦିୱାଲୀ ଉପରେ । ଅଧିକ ପଢନ୍ତୁ...

ଦିୱାଲୀରେ ଭାଇଜାନ-ଖିଲାଡୀ ମୁକାବିଲା !
ଦିୱାଲୀରେ ଭାଇଜାନ-ଖିଲାଡୀ ମୁକାବିଲା !
author img

By

Published : May 11, 2020, 5:49 PM IST

ମୁମ୍ବାଇ: ଏବର୍ଷର ସମରରେ ବଲିଉଡରେ ଲାଗିଥାନ୍ତା ଖଚାଖଚ ଭିଡ । ରିଲିଜ ପାଇଁ ଲାଇନ ଅପରେ ଥିଲେ ବିଗ ବଜେଟ ଫିଲ୍ମ । ମାର୍ଚ୍ଚରୁ ଜୁନ ଯାଏଁ ଲାଗିଥିଲା ଲମ୍ବା ଲାଇନ । ସୂର୍ଯ୍ୟବଂଶୀ, ରାଧେ, ଲକ୍ଷ୍ମୀ ବମ, 83, କୁଲି ନମ୍ବର ୱାନ ଭଳି ଫିଲ୍ମ ବକ୍ସ ଅଫିସରେ ମଚାଇଥାନ୍ତେ ଧମାକା ।

ତେବେ କୋରୋନା ଓ ଲକଡାଉନ ମାଡରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି କ୍ଷତି ସହିଛି । ଫିଲ୍ମ ହଲ ବନ୍ଦ ଘୋଷଣା ପରେ ଏବେ ପ୍ରାୟ ସମସ୍ତ ଫିଲ୍ମର ରିଲିଜ ଧିରେ ଧିରେ ଘୁଞ୍ଚିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତି ସୁଧୁରିବା ଭଳି ଦେଖାଯାଉନାହିଁ । ଏହାର ଅର୍ଥ ଇଦରେ କୌଣସି ବଡ ଫିଲ୍ମ ରିଲିଜ ହେବାର ଆଶା ନାହିଁ । ଏପରି ସମୟରେ ସମସ୍ତ ପ୍ରଯୋଜକଙ୍କ ନଜର ରହିଛି ଦିୱାଲୀ ଉପରେ । ସେତେବେଳେ ସବୁ ଠିକ ହୋଇଯାଇଥିବ ବୋଲି ଆଶା ରହିଛି । ଏହାସହ ବର୍ଷର ଅନ୍ୟତମ ବଡ ଛୁଟି । ଖବର ଅନୁସାରେ ସଲମାନଙ୍କ ରାଧେ ଓ ଅକ୍ଷୟଙ୍କ ସୂର୍ଯ୍ୟବଂଶୀ ଏବର୍ଷ ଦିୱାଲୀରେ ରିଲିଜ ହୋଇପାରେ ବୋଲି ଜଣାପଡିଛି ।

ସୂର୍ଯଂବଂଶୀରେ ଖିଲାଡି କୁମାର ପୋଲିସ ଭୂମିକାରେ ନଜର ଆସିବେ । ରୋହିତ ସେଟ୍ଟୀଙ୍କ କପ୍ ୟୁନିଭର୍ସର ଏହା ତୃତୀୟ ଫିଲ୍ମ । ସିଙ୍ଘମ ଓ ସିମ୍ବା ପରେ ଏଥିରେ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି ରୋହିତ । ସେହିପରି ହିଟ୍ ଯୋଡି ପ୍ରଭୁଦେବା ଓ ସଲମାନ ତୃତୀୟ ଫିଲ୍ମ ରାଧେରେ ଏକାଠି ଆସିବେ । ପୂର୍ବରୁ ୱାଣ୍ଟେଡ୍ ଓ ଦବଙ୍ଗ 3ରେ ସଫଳ ହୋଇଥିବା ଏହି ଯୋଡି ଏହାକୁ ଇଦରେ ରିଲିଜ କରିଥାନ୍ତେ । ହେଲେ ଏବେ ଏହାକୁ ଦିୱାଲୀରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଏଥିରେ ଭାଇଜାନଙ୍କ ସହ ଦିଶା ପଟ୍ଟାନୀ, ରଣଦୀପ ହୁଦା ନଜର ଆସିବେ ।

ତେବେ ଏମାନଙ୍କୁ ଟକ୍କର ଦେଇପାରେ ବରୁଣ ଧୱନ-ସାରା ଅଲ୍ଲୀ ଖାନଙ୍କ କୁଲି ନମ୍ବର ୱାନ ରିମେକ । କାରଣ ମେରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଏବେ ଦିୱାଲୀ ରିଲିଜ ପ୍ରାୟ କନଫର୍ମ କରିଛି । ବରୁଣଙ୍କ ପିତା ଡେଭିଡ ଧୱନ ଏହାକୁ ପୁଣି ରିମେକ କରୁଛନ୍ତି । ତେବେ ଟ୍ରେଡ ଆନାଲିଷ୍ଟଙ୍କ କହିବାନୁସାରେ ଦିୱାଲୀରେ 3ଟି ଫିଲ୍ମ ରିଲିଜ ହେବା ବକ୍ସ ଅଫିସ ପାଇଁ ଘାଟା ହୋଇପାରେ । ଏମିତିବି ଏବର୍ଷ ବଲିଉଡ ଅନେକ କ୍ଷତି ସହିଛି । ଏବେ ବିଗ ବଜେଟ ଫିଲ୍ମ ପରସ୍ପର ସହ ଫାଇଟ କଲେ ପ୍ରଯୋଜକ କ୍ଷତି ସହିବେ । ଏହାସହ ଦର୍ଶକ ଏବେ ଥିଏଟର ଆସିବାକୁ କିଛିମାତ୍ରାରେ ଡରିବେ । ଅନେକ ସମୟ ଲାଗିବ ଯେବେ ଥିଏଟର ପୁରା ହାଉସଫୁଲ ହେବ । ସେଥିପାଇଁ 2ଟି ଫିଲ୍ମର ରିଲିଜ ଠିକ ଅଛି । ହେଲେ 3ଟି ଫିଲ୍ମ ଆସିବା ଉପଯୁକ୍ତ ହେବନି ବୋଲି ସମୀକ୍ଷକ ମତ ଦେଇଛନ୍ତି ।

ସେହିପରି କ୍ରିଟିକ୍ସଙ୍କ ରିଭ୍ୟୁ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବ । ପ୍ରଥମ ଦିନ ଯେତେ ଲୋକ ଆସନ୍ତି ତୃତୀୟ ଦିନ ରବିବାରରେ ଏହାଠାରୁ ଅଧିକ ଦର୍ଶକ ଆସନ୍ତି । ତେଣୁ ପ୍ରଥମ ଦିନରୁ ରିଭ୍ୟୁ ଖରାପ ହୋଇଗଲେ ଏହାପରେ କଲେକ୍ସନ ଉପରେ ପ୍ରଭାବ ପଡିପାରେ । ବର୍ତ୍ତମାନ ସବୁକିଛି ଠିକ୍ ହେବା ବେଳକୁ ଅଗଷ୍ଟ, ସେପ୍ଟେମ୍ବର ହୋଇଯିବ । ଏହାପରେ ଲୋକମାନେ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ଉପରେ ଗୁରୁତ୍ବ ଦେବେ । ଫିଲ୍ମ ଦେଖିବା ଭଳି ଖର୍ଚ୍ଚ ହୁଏତ ସେମାନଙ୍କୁ ଠିକ ଲାଗିନପାରେ । ଏହାସହ ସମୀକ୍ଷକମାନେ ଫିଲ୍ମ ରିଲିଜ କରିବା ପାଇଁ ସ୍ବାଧୀନତା ଦିବସକୁ ଟାର୍ଗେଟ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.