ETV Bharat / sitara

Jhund trailer: ଝୁଣ୍ଡର ଟ୍ରେଲର ରିଲିଜ, ଦମଦାର ଲୁକରେ ବିଗ୍ ବି

ଅମିତାଭ ବଚ୍ଚନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ଝୁଣ୍ଡର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଭୂମିକାରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

author img

By

Published : Feb 23, 2022, 4:42 PM IST

ଝୁଣ୍ଡର ଟ୍ରେଲର ରିଲିଜ, ଦମଦାର ଲୁକରେ ବିଗ୍ ବି

ହାଇଦ୍ରାବାଦ: ଅମିତାଭ ବଚ୍ଚନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ଝୁଣ୍ଡର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଭୂମିକାରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଆକାଶ ଥୋସର ଏବଂ ରିଙ୍କୁ ରାଜଗୁରୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଗରିବ ପିଲାଙ୍କ ଜୀବନ କାହାଣୀ ଏବଂ ସଂଘର୍ଷକୁ ଏକ ନୂଆ ଶୈଳୀରେ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି ।

  • " class="align-text-top noRightClick twitterSection" data="">

ଏହି ଫିଲ୍ମଟି ଅବସରପ୍ରାପ୍ତ ଜଣେ କ୍ରୀଡ଼ା ଶିକ୍ଷକ ବିଜୟ ବାରସେଙ୍କ ଉପରେ ଆଧାରିତ। ତାଙ୍କର ଏକ ଏନ୍‌ଜିଓ ମଧ୍ୟ ରହିଛି । ଏହି ଏନ୍‌ଜିଓର ଉଦ୍ଦେଶ୍ୟ ହେଉଛି ବସ୍ତିର ପିଲାମାନଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ଫୁଟବଲ୍‌ ଖେଳ ପାଇଁ ପ୍ରେରିତ କରିବା । ସେହି ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭୂମିକାରେ ଅଭିନୟ କରିବେ ବିଗ୍ ବି ଅମିତାଭ ବଚ୍ଚନ୍। ଫିଲ୍ମର ପ୍ରଯୋଜନା ମିଳିତ ଭାବେ ଭୂଷଣ କୁମାର, କ୍ରିଷନ କୁମାର, ରାଜ ହିରେମାଥ୍ ଓ ସଭିତା ରାଜ୍ ହିରେମାଥ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକିଛି ତଳେ ‘ଝୁଣ୍ଡ’ ର ଟିଜର ରିଲିଜ ହୋଇଥିଲା । ‘ଝୁଣ୍ଡ’ର ୧ ମିନିଟ୍ ୩୬ ସେକେଣ୍ଡର ଟିଜର ଭିଡିଓକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ । ଟି ସିରିଜ ଏହି ଟିଜରକୁ ସେୟାର କରିଥିଲା । ଏହି ଭିଡିଓରେ ପିଲାମାନଙ୍କ ସହ ଅମିତାଭ୍ ବଚ୍ଚନ ନଜର ଆସିଥିଲେ । ବିଗ୍ ବି ଙ୍କ ଦମଦାର ଲୁକ୍ ବି ଏହି ଟିଜର ଭିଡିଓରେ ଦେଖିବାକୁ ମିଳିଥିଲା । ଝୁଣ୍ଡ ଚଳଚ୍ଚିତ୍ର 4 ମାର୍ଚ୍ଚ 2022 ରେ ମୁକ୍ତିଲାଭ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.