ମୁମ୍ବାଇ: କୋଭିଡ -19ରୁ ସୁସ୍ଥ ହେବା ପରେ ଅମିତାଭ ବଚ୍ଚନ ଲୋକପ୍ରିୟ କୁଇଜ ସୋ 'କୌନ ବନେଗା କୋରେଡପତି' (କେବିସି)ର ପରବର୍ତ୍ତୀ ସିଜିନ ପାଇଁ ସୁଟିଂ କରିବାକୁ ଯାଉଛନ୍ତି ।
ସେ ନିଜ ବ୍ଲଗରେ ପ୍ରକାଶ କରିଛନ୍ତି ଯେ, ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ସେ 'କେବିସି'ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ବିଗ୍ ବି ଲେଖିଛନ୍ତି, "କେବିସି"ର ପ୍ରମୋ ପାଇଁ ସୁଟିଂ ଆରମ୍ଭ କରିବା ପାଇଁ ଅନେକ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା ସହିତ ଏହାକୁ କିପରି କରାଯିବ ତାହା ପାଇଁ 'କେବିସି'ର ନିଜସ୍ୱ ପ୍ରୋଟୋକଲ୍ ଅଛି । ମହାମାରୀ ପାଇଁ ଆମକୁ ଏହିପରି ଭାବରେ ରହିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ