ETV Bharat / sitara

‘ମୁନ୍ନା ଭାଇ 3’ ନିର୍ମାଣ କରିବାକୁ ଚାହୁଁଛନ୍ତି ‘ଶିକାରା’ ନିର୍ଦ୍ଦେଶକ

author img

By

Published : Feb 3, 2020, 9:47 PM IST

ବାସ୍ତବ କାହାଣୀକୁ ନେଇ ‘ଶିକାରା’ ଫିଲ୍ମ ନିର୍ମାଣ କରିସାରିବା ପରେ ଏବେ କମେଡି ଫିଲ୍ମ ମୁହଁ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା । ‘ଶିକାରା’ ଫିଲ୍ମ ପ୍ରମୋଶନରେ ସେୟାର କଲେ ନିଜ ମନ କଥା ।

bidhu binod chopra
ଡିଜାଇନ ଫଟୋ

ମୁମ୍ବାଇ: ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡ୍‌ ନ୍ୟୁଜ । ଖୁବଶୀଘ୍ର ପରଦାରେ ଦେଖିବାକୁ ପାଇବେ ଦମଦାର କମେଡି ଫିଲ୍ମ ‘ମୁନ୍ନା ଭାଇ’ର ନୂଆ ସିରିଜ । ଯାହାର ଖୁଲାସା କରିଛନ୍ତି ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରା । ବର୍ତ୍ତମାନ ଚର୍ଚ୍ଚାରେ ତାଙ୍କ ଆଗାମୀ ଫିଲ୍ମ ‘ଶିକାରା’ । ହେଲେ ଏବେ ସେ ନିଜ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହୁଁଛନ୍ତି କମେଡି ଫିଲ୍ମ ଉପରେ । କଶ୍ମୀର ଘାଟିରୁ କଶ୍ମୀର ପଣ୍ଡିତ ପଳାୟନ ଉପରେ ଆଧାରିତ ‘ଶିକାରା’ ପ୍ରମୋଶନାଲ ଇଭେଣ୍ଟରେ ସେ ନିଜ ଇଚ୍ଛା ପ୍ରକାଶ କରିଥିଲେ ।

ସେ କହିଥିଲେ ସେ ‘ମୁନ୍ନା ଭାଇ’ ନିର୍ମାଣ କରିବାକୁ ଚାହୁଁଛନ୍ତି । ‘ଶିକାର’ ଭଳି ସିରିୟସ ଫିଲ୍ମ ପରେ ସେ କିଛି କମେଡି ନେଇ ପରଦାକୁ ଫେରିବାକୁ ଚାହୁଁଛନ୍ତି । ସେ ‘ମୁନ୍ନା ଭାଇ’ ସିରିଜର ଆଗାମୀ ଫିଲ୍ମ ପାଇଁ ଅପେକ୍ଷ କରିଛନ୍ତି । ପରିଶେଷରେ ତାଙ୍କ ପାଖରେ ଯାହା ଅଛି ତାହା ଉପରେ ସେ ବର୍ତ୍ତମାନ କାମ କରିବାକୁ ଚାହୁଁଛନ୍ତି ।

ପ୍ରକାଶ ଥାଉକି ‘ମୁନ୍ନା ଭାଇ’ ଫ୍ରାଞ୍ଚାଇଜର ଦୁଇଟି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । 2003ରେ ଆସିଥିବା ‘ମୁନ୍ନା ଭାଇ’ ଏମବିବିଏସ ଓ ‘ଲଗେ ରହୋ ମୁନ୍ନା ଭାଇ’ 2006ରେ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏହି ଦୁଇଟି ଫିଲ୍ମ ଫେମସ ନିର୍ମାତା ରାଜକୁମାରୀ ହିରାନୀଙ୍କ ଦ୍ବାରା ନିର୍ଦ୍ଦେଶିତ କରାଯାଇଥିଲା । ଏହି ଦୁଇଟି ଫିଲ୍ମରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାରସୀଙ୍କ ଜବରଦସ୍ତ କମେଡି ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.