ETV Bharat / sitara

‘ଭୁଲ ଭୁଲୈୟା ’ ରିଲିଜ ତାରିଖ ଘୁଞ୍ଚାଇବେନି ମେକର୍ସ

author img

By

Published : Mar 30, 2021, 11:12 AM IST

Updated : Mar 30, 2021, 11:22 AM IST

ଭୂଷଣ କୁମାରଙ୍କ ପ୍ରତିକ୍ରିୟା । ନିଜ ନିର୍ମିତ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା 2’ ରିଲିଜ ତାରିଖକୁ ନେଇ କହିଲେ ଏମିତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଚର୍ଚ୍ଚିତ ଫିଲ୍ମ ‘ଭୁଲ ଭୁଲୈୟା 2’ର ରିଲିଜ ତାରିଖ ଘୋଷଣା କରିଥିଲେ ମେକର୍ସ । ଫିଲ୍ମ ଏବର୍ଷ ନଭେମ୍ବର 19ରେ ରିଲିଜ ହେବ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ସେପଟେ ଫିଲ୍ମର ସୁଟିଂ କରୁଥିବା ସମୟରେ କାର୍ତ୍ତିକ କୋରୋନା ସଂକ୍ରମିତ ହୋଇଥିଲେ । ଯାହା ପାଇଁ ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଇତିମଧ୍ୟରେ ଫିଲ୍ମ ରିଲିଜ ତାରିଖରେ କୌଣସି ପରିବର୍ତ୍ତନ ନହେବା ସୂଚନା ଦେଇଛନ୍ତି ନିର୍ମାତା ଭୂଷଣ କୁମାର ।

ଟି-ସିରିଜ ପ୍ରମୁଖ ଭୂଷଣ କହିଛନ୍ତି, ‘ଚଳିତ ବର୍ଷ ଭୁଲ ଭୁଲୈୟା 2 ରିଲିଜ ହେବ। ଆମ ଅଭିନେତା କୋରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ଆମେ ଶୀଘ୍ର ସୁଟିଂ ପାଇଁ ଫେରିବା ଏବଂ ଚଳିତ ବର୍ଷ ନଭେମ୍ବରର ନିର୍ଦ୍ଧାରିତ ତାରିଖରେ ନିଶ୍ଚିତ ଭାବରେ ଫିଲ୍ମ ରିଲିଜ କରିବୁ ।’

ଏହି ଫିଲ୍ମ ଟି-ସିରିଜ ଏବଂ ସିନେ ଷ୍ଟୁଡିଓ ବ୍ୟାନରରେ ଭୂଷଣ କୁମାର, ମୁରାଦ ଖେତାନି ଏବଂ କ୍ରିଷ୍ଣା କୁମାରଙ୍କ ଦ୍ବାରା ନିର୍ମାଣ କରାଯାଉଛି। ଆନିସ ବାଜମି ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଥିବା ବେଳେ ଏହାର କାହାଣୀ ଲେଖିଛନ୍ତି ଫରହାଦ ସାମଜୀ ଏବଂ ଆକାଶ କୌଶିକ। ସେହିପରି କାର୍ତ୍ତିକଙ୍କ ସହ ତବ୍ବୁ, କିୟାରା ଆଡଭାନୀ ଓ ରାଜପାଲ ଯାଦବ ମଧ୍ୟ ନଜର ଆସିବେ ।

Last Updated : Mar 30, 2021, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.