ETV Bharat / sitara

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ଭୂମିଙ୍କ ଏଣ୍ଟ୍ରି - ଭୂମି ପେଡନେକରଙ୍କ ଅପକମିଂ ଫିଲ୍ମ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ

ପୁଣି ଆୟୁଷ୍ମାନ ଖୁରାନାଙ୍କ ସହ ଧମାଲ କରିବେ ଭୂମି ପେଡନେକର। ‘ଶୁଭ ମଙ୍ଗଲ ସାବଧାନ’ ପରେ ଏବେ ଏହାର ଦ୍ବିତୀୟ ସିରିଜ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ନଜର ଆସିବେ ସେ।

bhumi pednekar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
author img

By

Published : Jan 3, 2020, 5:51 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଭୂମି ପେଡନେକର ପୁଣିଥରେ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ଆୟୁଷ୍ମାନଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ସ୍କ୍ରିନ ସେୟାର କରୁଥିବାର ଦେଖାଯିବେ ଭୂମି। ‘ଶୁଭ ମଙ୍ଗଲ ସାବଧାନ’ରେ ଶାନଦାର ପ୍ରଦର୍ଶନ କରିବା ପରେ ଏବେ ଭୂମି ଏହି ଫିଲ୍ମର ଦ୍ବିତୀୟ ଭାଗରେ ଅଭିନୟ କରିବେ।

ଏହି ଫିଲ୍ମରେ ସେ ଏକ ଖାସ୍ ଭୂମିକାରେ ନଜର ଆସିବେ। ଏବେ ସେ ଫିଲ୍ମରେ ସାମିଲ ହୋଇସାରିଲେଣି। ‘ଶୁଭ ମଙ୍ଗଲ ସାବଧାନ’ ପରେ ଏହି ସିରିଜର ଦ୍ବିତୀୟ ଫିଲ୍ମରେ ଆୟୁଷ୍ମାନଙ୍କ ନୂଆ ଅବତାର ଦେଖାଯିବ। କାରଣ ସେ ଫିଲ୍ମରେ ପ୍ରଥମଥର ଜଣେ ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମରେ ଭୂମି ସାମିଲ ହେବା ଉପରେ ପ୍ରଯୋଜକ ଆନନ୍ଦ ଏଲ ରାୟ କହିଛନ୍ତି ଯେ ଭୂମି ‘ଶୁଭ ମଙ୍ଗଳ ସାବଧାନ’ ପରିବାରର ଅଂଶ । ଆଉ ତାଙ୍କ ବିନା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ନିର୍ମାଣ କରିବାକୁ ମଧ୍ୟ ସେ ଭାବି ପାରିବେ ନାହିଁ । ଫିଲ୍ମରେ ସେ ବିଶେଷ ଭୂମିକାରେ ନଜର ଆସିବେ। ସେ ଫିଲ୍ମର ସାମିଲ ହେବାକୁ ନେଇ ଆମ ବହୁତ ଖୁସି ଅଛୁ। ହିତେଶ କେୱାଲୟା ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃଆରୀରେ ରିଲିଜ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.