ମୁମ୍ବାଇ: ହ୍ୱିସପର୍ ଶିକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ସମର୍ଥନ କରିଛନ୍ତି । ଏହି ମହାମାରୀ ସମୟରେ ସାରା ଦେଶରେ ସ୍କୁଲ ବନ୍ଦ ଥିବାରୁ, ମାଗଣା ଶିକ୍ଷା ପ୍ରଦାନ କରିବାକୁ 'ମୋବାଇଲଶାଲା' ଲକ୍ଷ୍ୟ ରଖିଛି ।
ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ହେବା ଦ୍ବାରା ଡ୍ରପ୍ ଆଉଟ ହାର ବୃଦ୍ଧି ପାଇପାରେ, ଯାହା କିଶୋର ବାଳିକାମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।
ଯଦିଓ ବିଦ୍ୟାଳୟ ବନ୍ଦ କରିବା ଦ୍ବାରା ଏହି ଭାଇରସର ପ୍ରଭାବ କମ ହୁଏ, ତେବେ ଏହା ଅନେକଙ୍କ ଭବିଷ୍ୟତ ପାଇଁ ମଧ୍ୟ ସେତିକି କ୍ଷତି ଘଟାଇପାରେ, ବିଶେଷକରି ଦୁର୍ବଳ ବିଭାଗର ବାଳିକାମାନଙ୍କର ଉପରେ । 'ମୋବାଇଲ୍ ଶାଲା' ଏହା ଅନଲାଇନ ମାଧ୍ୟମରେ ଇଂରାଜୀ, ବିଜ୍ଞାନ ଶିକ୍ଷା ପରି ପ୍ରମୁଖ ବିଷୟ ଉପରେ ମାଗଣା ପାଠ୍ୟକ୍ରମ ପ୍ରଦାନ କରିଥାଏ ।
ତେଣୁ ବାଳିକାମାନେ ଘରେ ରହି ମଧ୍ୟ ପାଠ ପଢିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ