ETV Bharat / sitara

'ମୁଁ ଆକ୍ସିଡେଣ୍ଟାଲ ଅଭିନେତ୍ରୀ ନୁହେଁ' - bhumi i am not an accidental actor

ଭୂମି ପେଡନେକର କହିଛନ୍ତି ଯେ, ମୁଁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲି ବୋଲି ମୁଁ ମୋର ପିତାମାତାଙ୍କୁ ନିଶ୍ଚିତ କରିଥିଲି । ଅଧିକ ପଢନ୍ତୁ...

bhumi pednekar i am not an accidental actor
'ମୁଁ ଆକ୍ସିଡେଣ୍ଟାଲ ଅଭିନେତ୍ରୀ ନୁହେଁ'
author img

By

Published : Oct 29, 2020, 9:38 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର କହିଛନ୍ତି ଯେ, ସେ ଜଣେ 'ଆକ୍ସିଡେଣ୍ଟାଲ' ଅଭିନେତ୍ରୀ ନୁହଁନ୍ତି ।

ଭୂମି କହିଛନ୍ତି ଯେ, "ପାଞ୍ଚ ବର୍ଷ ବିତିଗଲାଣି, ତଥାପି ଏହା ଏକ ସ୍ବପ୍ନ ଭଳି ମନେହୁଏ । ମୁଁ ଏକ ଆକ୍ସିଡେଣ୍ଟାଲ ଅଭିନେତ୍ରୀ ନୁହେଁ ଏବଂ ମୁଁ ଏହାକୁ ବାରମ୍ବାର କହୁଛି । ଏହା ମୁଁ ପ୍ରକୃତରେ କରିବାକୁ ଚାହୁଁଥିଲି ଏବଂ ମୁଁ ପ୍ରକୃତରେ କଠିନ ପରିଶ୍ରମ କରି ଏହି ସ୍ଥାନରେ ଅଛି । ମୁଁ ମୁମ୍ବାଇରେ ଜନ୍ମ ହୋଇଥିଲି, ଏବଂ ଏହି ଜିନିଷ ନିଶ୍ଚିତ ଭାବରେ ମୋତେ ବହୁତ ସାହାଯ୍ୟ କରିଛି । କାରଣ ମୁମ୍ବାଇ ଭଳି ଏକ ସହରରେ ବାସ କରିବା ଯେଉଁଠାରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଟଷ୍ଟ୍ରିକୁ ଯିବା ପାଇଁ ବହୁତ ସାହାଯ୍ୟ କରିଥାଏ ।

ମୁଁ କୌଣସି ଫିଲ୍ମ ପରିବାରର ନୁହେଁ ଏବଂ ମୋର ଚଳଚ୍ଚିତ୍ର ଇଣ୍ଟଷ୍ଟ୍ରିରେ କୌଣସି ପରିଚୟ ନଥିବାରୁ ମୁଁ କିପରି ଆଗକୁ କିପରି ବଢିବି ସେଥିପାଇଁ ମୁଁ ଦ୍ବନ୍ଦରେ ପଡିଥିଲି ।

ମୁଁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲି ବୋଲି ମୁଁ ମୋର ପିତାମାତାଙ୍କୁ ନିଶ୍ଚିତ କରିଥିଲି। ଅତୀତକୁ ମନେ ପକାଇ ଭୂମି କହିଛନ୍ତି, "ମୋର ପିତାମାତାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବାକୁ ମୋତେ ବହୁତ ସାହସ ଜୁଟାଇବାକୁ ପଡିଥିଲା। ସେ ଖୁସି ନଥିଲେ, ମୁଁ ଭାବୁଛି ସେ ମୋ ପାଇଁ ଚିନ୍ତିତ ଥିଲେ। ଯାହା ପରେ ମୁଁ ଫିଲ୍ମ ସ୍କୁଲରେ ଯୋଗ ଦେଇଥିଲି, ସ୍କୁଲ ଫି ଅଧିକ ଥିବା ହେତୁ ମୁଁ ଲୋନ ନେବାକୁ ସ୍ଥିର କଲି" ।

ଭୂମି କାଷ୍ଟିଂ ଆସିଷ୍ଟାଣ୍ଟ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ ।

ଭୂମି କହିଛନ୍ତି, "ଯେତେବେଳେ ମୁଁ କାଷ୍ଟିଂ କରୁଥିଲି, ସେତେବେଳେ ମୁଁ ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା କରିନଥିଲି। ମୁଁ ଏହାକୁ କେବଳ ଚଳଚ୍ଚିତ୍ର ନିର୍ମାଣ ଛାତ୍ରୀ ଭାବରେ ଦେଖୁଥିଲି। ମୁଁ ଏହି ଦୁନିଆର ଏକ ଅଂଶ ହେବାକୁ ଚାହୁଁଥିଲି ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଭୂମି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦୁର୍ଗାବତୀ' ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.