ମୁମ୍ବାଇ: ଭୂମି ପେଡନକର ଖୁବଶୀଘ୍ର କାର୍ତ୍ତିକ ଆର୍ୟନ ଓ ଅନନ୍ୟା ପାଣ୍ଡେଙ୍କ ସହ 'ପତି, ପତ୍ନୀ ଔର ୱୋ'ର ରିମେକ ଫିଲ୍ମରେ ନଜର ଆସିବେ । ଯାହାର ସୁଟିଂ ପାଇଁ ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି ଭୂମି । କିନ୍ତୁ ସୁଟିଂ ସମୟରେ ଭୂମି ଫିଲ୍ମ ସେଟ ଉପରେ ଏମିତି କିଛି କରିଥିଲେ, ଯାହା ଶୁଣି ଆପଣ ମଧ୍ୟ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆପଣ ଭାବୁଥିବେ ଏମିତି କଣ କରିଥିଲେ ଭୂମି ।
କଥାଟି ହେଲା କି ସୁଟିଂ ପୂର୍ବରୁ ଗୋଟିଏ ରୁମରେ ନିଜକୁ ବନ୍ଦ କରିଦେଇଥିଲେ ଭୂମି । ତେବେ ଆସନ୍ତୁ ଜାଣିବା ଏହାର କାରଣ...
ନିଜକୁ ରୁମରେ ଭୂମି ବନ୍ଦ କରିବାର କାରଣ ଥିଲା କି ସେ ଫିଲ୍ମରେ ନିଜ ଭୂମିକାଟିକୁ ବାସ୍ତବ କରିବା ପାଇଁ କିଛି ସମୟ ପାଇଁ ଏକୁଟିଆ ରହିବାକୁ ଚାହୁଁଥିଲେ । ଏଥିନିମନ୍ତେ ସେ ନିଜକୁ ସବୁ ଷ୍ଟାର-କାଷ୍ଟଙ୍କ ଠାରୁ ଦୂରେଇ ରଖିବା ପାଇଁ ରୁମରେ ବନ୍ଦ କରିଥିଲେ ।
ଏପରି ଭୂମିର ଅନେକ ଲକ୍ଷଣ ଅଛି, ଯାହା ତାଙ୍କ ଫ୍ୟାନ୍ସଙ୍କୁ ଜଣାନାହିଁ । ସେ ଫିଲ୍ମ ସୁଟିଂ ସମୟରେ ଏକୁଟିଆ ରହିବା ସହ ଫିଲ୍ମର ଫାଇନାଲ ସୁଟିଂ ପୂର୍ବରୁ ଏକୁଟିଆ ଭ୍ରମଣ କରିବାକୁ ମଧ୍ୟ ପସନ୍ଦ କରନ୍ତି । ଏହି ଉପାୟ ସେ ନିଜକୁ ଠିକ ରୂପେ ଫିଲ୍ମ ପାଇଁ ପ୍ରସ୍ତୁତ କରିବାକୁ ଆପଣାଆନ୍ତି ।