ମୁମ୍ବାଇ: ଲକଡାଉନ ପାଇଁ ସବୁ ସେଲିବ୍ରିଟି ଏବେ ନିଜ ନିଜ ଘରେ ବନ୍ଦ ଅଛନ୍ତି। ଏହି ସମୟରେ ପରିବାର ସହ ସମୟ ବିତାଉଥିବା ସେଲିବ୍ରିଟି ନିଜ ପସନ୍ଦୀୟ କାମ କରି ଟାଇମ ପାସ କରୁଛନ୍ତି। ସୋସିଆଲ ମିଡିଆରେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ମଧ୍ୟ ବାଣ୍ଟିବାରେ ଲାଗିଛନ୍ତି ଷ୍ଟାର୍ସ।
ଏବେ ଲାଗୁଛି ଯେ ଲକଡାଉନ ପ୍ରଭାବରେ କୃଷକ ସାଜିଛନ୍ତି ଫେମସ ଅଭିନେତ୍ରୀ ଭୂମି ପେଡନେକର। କାରଣ ସେ ନିଜ ବଗିଚାରେ ପନିପରିବାର ଚାଷ କରୁଛନ୍ତି । ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି।
ଇନଷ୍ଟାଗ୍ରାମରେ ମେଥି ଶାଗ, କଞ୍ଚା ଲଙ୍କା, ବାଇଗଣର ଫଟୋ ସେୟାର କରି ଭୂମି କହିଛନ୍ତି ଯେ ପାଖାପାଖି ପନିପରିବାର ଉଠିବା ପାଇଁ ଗୋଟିଏ ମାସ ସମୟ ଲାଗିଛି। ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">