ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ 'କଚ୍ଚା ବାଦାମ' ଗାୟକ ଭୁବନ ବାଦ୍ୟକର । ଏଥର କିନ୍ତୁ ଗୀତ ପାଇଁ ନୁହେଁ ବରଂ କ୍ଷମା ପାଇଁ ଚର୍ଚ୍ଚାରେ ଅଛନ୍ତି ଭୁବନ । ସୋସିଆଲ ମିଡିଆରେ ଏବେ ବି ଧୁମ୍ ମଚାଉଥିବା ଇଣ୍ଟରନେଟ ସେନସେସନ ଗୀତ 'କଚ୍ଚା ବାଦାମ' ଗାୟକ ଭୁବନ ବାଦ୍ୟକର ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି । ଯେଉଁଥିରେ ସେ 'କଚ୍ଚା ବାଦାମ' ଗୀତ ପାଇଁ ପ୍ରସିଦ୍ଧ ହେବା ପରେ ନିଜକୁ ଜଣେ ସେଲିବ୍ରିଟି ବୋଲି କହିଥିଲେ । ଭୁବନଙ୍କ ଏହିଭଳି ବୟାନ ପରେ କିଛି ଲୋକ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।
ନିକଟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଭୁବନ ସ୍ବୀକାର କରିଛନ୍ତି ଯେ ତାଙ୍କର ସେଲିବ୍ରିଟିଙ୍କ ମନ୍ତବ୍ୟ ନିନ୍ଦନୀୟ । ସେ କହିଛନ୍ତି, 'ମୁଁ ବର୍ତ୍ତମାନ ହୃଦୟଙ୍ଗମ କରିସାରିଛି ଯେ ମୁଁ ଏହା କହିବା ଉଚିତ୍ ନଥିଲା, ଲୋକମାନେ ମୋତେ ସେଲିବ୍ରିଟି କରିଛନ୍ତି, ଯଦି ମୋର ଅବସ୍ଥା ଆହୁରି ଖରାପ ହୁଏ ତେବେ ମୁଁ ପୁନର୍ବାର ବାଦାମ ବିକିବା ଆରମ୍ଭ କରିବି, ଲୋକଙ୍କଠାରୁ ଏତେ ଭଲ ପାଇବା ଦେବା ପରେ ମୁଁ ନିଜକୁ ସୌଭାଗ୍ୟବାନ୍ ମନେ କରୁଛି । ମୁଁ ଜଣେ ସରଳ ବ୍ୟକ୍ତି ଏବଂ ଏକ ଜୀବନକୁ ଅତି ସାଧାରଣ ଭାବେ ଜୀଇଁଛି । ଷ୍ଟାରଡମ୍, ମିଡିଆ ଏବଂ ଗ୍ଲାମର ସବୁବେଳେ ରହେ ନାହିଁ, କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଜଣେ ବ୍ୟକ୍ତି ଭାବରେ ମୁଁ ବଦଳି ନାହିଁ ।
ଏହା ବି ପଢନ୍ତୁ: କାଚ୍ଚା ବାଦାମ ଫେମ୍ ସିଙ୍ଗର ଭୁବନ ବାଦ୍ୟକର ସଡକ ଦୁର୍ଘଟଣାରେ ଆହତ, ହସ୍ପିଟାଲରେ ଭର୍ତ୍ତି
କଚ୍ଚା ବାଦାମ ପରେ ଭୁବନ ତାଙ୍କର ନୂଆ କାର ଉପରେ ଆଧାରିତ ଗୀତ 'ଆମାର ନୋତୁନ୍ ଗାଡି' (ମୋ ନୂଆ କାର୍) ରେକର୍ଡ କରିଛନ୍ତି । ଭୁବନର ଦୁର୍ଘଟଣାର ଏକ ସପ୍ତାହ ପରେ ଏହି ଗୀତ ମୁକ୍ତିଲାଭ କରିଥିଲା । ସୂଚନାଯୋଗ୍ୟ ଯେ, ଭୁବନ ବାଦ୍ୟକର ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଭୁବନ ବାଦ୍ୟକର ତାଙ୍କ ନୂଆ କାର ଚଲାଇବା ଶିଖୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ତାଙ୍କ ଛାତିରେ ଆଘାତ ଲାଗିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ