ମୁମ୍ବାଇ: ସଲମାନ ଖାନଙ୍କ ହିଟ୍ ଫିଲ୍ମ 'ମୈନେ ପ୍ୟାର କିୟା'ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସ୍ବାମୀ ହିମାଳୟ ଦାସାନୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ତାଙ୍କୁ ଜୁଆ ଆଡ୍ଡା ଚଲାଇଥିବା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ ବୁଧବାର ଏହି ସୂଚନା ଦେଇଥିଲା ।
ଅମ୍ବୋଲ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଥିଲେ କି ଅଭିନେତାରୁ ନିର୍ମାତା ସାଜିଥିବା ହିମାଳୟଙ୍କୁ ମଙ୍ଗଳବାର ତାଙ୍କ ବାସଭବନରୁ ଗିରଫ କରାଯାଇଛି । ଏହାପରେ ତାଙ୍କୁ ଏକ ସ୍ଥାନୀୟ ଅଦାଲତରେ ଉପସ୍ଥିତ କରାଯାଇଥିଲା । ଯେଉଁଥିରେ ଏହା ସାବ୍ୟସ୍ତ ହୋଇଥିଲା କି ସେ ଜୁଆ ଆଡ୍ଡାରେ ସାମିଲ ଅଛନ୍ତି ।
ପ୍ରକାଶ ଥାଉକି ହିମାଲୟ ବଲିଉଡ ଅଭିନେତା । 1992ରେ ଆସିଥିବା ଫିଲ୍ମ 'ପାୟଲ'ରେ ଜରିଆରେ ଅଭିନୟ ଦୁନିଆରେ ପଦାର୍ପଣ କରିଥିଲେ । ଏବେ ସେ ନିର୍ମାତା ହେବା ସହ ଜଣେ ବିଜନେସମ୍ୟାନ । ଅନ୍ୟପଟେ ସେ ପତ୍ନୀ ଭାଗ୍ୟଶ୍ରୀଙ୍କ ସହ ମଧ୍ୟ ଅନେକ ଫିଲ୍ମରେ ଅଭିନୟ କରିଥିଲେ ।