ହାଇଦ୍ରାବାଦ: ଡିଜିଟାଲ ମିଡିଆ ଯୁଗରେ ସାଉଥ ଇଣ୍ଡଷ୍ଟ୍ରି ଡାର୍ଲିଙ୍ଗ ବାହୁବଲୀ ସୋସିଆଲ ମିଡିଆଠୁ ଟିକେ ଦୂରରେ ଥିଲେ । କିନ୍ତୁ ସୋସିଆଲ ମିଡିଆରେ ଡେବ୍ୟୁ କରିଛନ୍ତି ବାହୁବଲୀ ପ୍ରଭାସ । କିଛି ଦିନ ତଳେ ପ୍ରଭାସ ଫେସବୁକ ସହ ଯୋଡି ହୋଇଥିଲେ । ପରେ ପରେ ଇନଷ୍ଟାଗ୍ରାମରେ ମଧ୍ୟ ନିଜକୁ ସାମିଲ କରିଛନ୍ତି । ଏଥିରେ ସେ ଆକ୍ଟର ପ୍ରଭାସ ନାଁରେ ଆକାଉଣ୍ଟ ଖୋଲିଛନ୍ତି ।
![sradha prabhas](https://etvbharatimages.akamaized.net/etvbharat/prod-images/3119160_thumbnail.jpg)
ଆକାଉଣ୍ଟ ଖୋଲିବା ପରେ ବାହୁବଲୀ ଫିଲ୍ମର ନିଜର ଏକ ଫଟୋ ସେୟାର କରିଛନ୍ତି ପ୍ରଭାସ । ଏବେ ମୁମ୍ବାଇରେ ସାହୋ ଫିଲ୍ମର ସୁଟିଂ ଚାଲିଛି । ସାହୋ ଫିଲ୍ମର ସହକଳାକାର ଶ୍ରଦ୍ଧା କପୁର ନିଜ ଇନଷ୍ଟାରେ ପ୍ରଭାସଙ୍କ ଫଟୋ ଅପଲୋଡ କରି ତାଙ୍କୁ ସ୍ବାଗତ କରିଛନ୍ତି ।
ସାହୋ ଜରିଆରେ ଶ୍ରଦ୍ଧା କପୁର ସାଉଥ ଇଣ୍ଡଷ୍ଟ୍ରିରେ ପ୍ରଥମ କରି ପାଦ ଦେଇଛନ୍ତି । ଏହାସହ ପ୍ରଥମକରି ଦର୍ଶକ ପ୍ରଭାସ-ଶ୍ରଦ୍ଧାଙ୍କ ଯୋଡିକୁ ଅନସ୍କ୍ରିନ ଦେଖିବାକୁ ପାଇବେ । ନୀଲ ନିତିନ ମୁକେଶଙ୍କୁ ମଧ୍ୟ ସାହୋରେ ଦେଖିବାକୁ ମିଳିବ । ଏହାକୁ ପ୍ରଯୋଜନା ଦେଉଛନ୍ତି ଭୂଷଣ କୁମାର, ଭାମସି କ୍ରିଷ୍ଣା ରେଡ୍ଡି, ପ୍ରମୋଦ ଉପଲ୍ଲପତି ଓ ବିକ୍ରମ ରେଡ୍ଡି । ନିର୍ଦ୍ଦେଶନା ଦେଉଛନ୍ତି ସୁଜିତ ସିଂ ।