ETV Bharat / sitara

ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସ୍ଥଗିତ

author img

By

Published : Mar 16, 2021, 7:38 AM IST

ବିଫସ୍‌କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଏମାସରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ବେଙ୍ଗାଲୁରୁ: ବହୁ ପ୍ରତିକ୍ଷିତ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ବିଫସ୍)କୁ କୋଭିଡ ମାମଲା ବୃଦ୍ଧି ହେତୁ ମାର୍ଚ୍ଚ 24ରୁ 31 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଯାହାର ସୂଚନା ସୋମବାର ଜଣେ ଅଧିକାରୀ ଦେଇଛନ୍ତି।

ଗତ ବର୍ଷ ଦେଶରେ ଆରମ୍ଭ ହୋଇଥିବା କୋରୋନାରୁ ଏଯାବତ ଆଶ୍ବସ୍ତି ମିଳିନାହିଁ । ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମିତ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବର 8 ଦିନିଆ 13 ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ସୂଚନା ବିଭାଗର ଅଧିକାରୀ କହିଛନ୍ତି।

ଏହି ମାସରେ ଆୟୋଜନ କରିବା ପରିବେଶ ଅନୁକୂଳ ନଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କର୍ଣ୍ଣାଟକ ଚଳଚ୍ଚିତ୍ର ଏକାଡେମୀର ସଦସ୍ୟମାନେ ଏହି ମହୋତ୍ସବକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।

କୋଭିଡ ଦ୍ବାରା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ବଡ ସମାବେଶକୁ ସୀମିତ ରଖିବା ଏବଂ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଲୋକଙ୍କ ସଂଖ୍ୟା ମଧ୍ୟ ସୀମିତ ରହିବ। ତେଣୁ ଏକାଡେମୀ ଏହି ଉତ୍ସବକୁ ପରବର୍ତ୍ତୀ ସମୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି, ଯେହେତୁ ରାଜ୍ୟ, ଦେଶ ଓ ବିଦେଶରୁ ପ୍ରାୟ 7 ହଜାର ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ତେବେ ଏଭଳି ପରିସ୍ଥିତିରେ ଏତେ ଲୋକ ଏକାଠି ହେବା ସମସ୍ତଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶଙ୍କା ଅଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.