ETV Bharat / sitara

ଡ୍ରଗ୍ସ ମାମଲା: ରାଗିଣୀ-ସଞ୍ଜନାଙ୍କ ଆବେଦନରେ ହାଇକୋର୍ଟଙ୍କ ରାୟ ସଂରକ୍ଷିତ - କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ନ୍ୟୁଜ

ଡ୍ରଗ୍ସ ମାମଲାରେ କୋର୍ଟ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ଅଭିନେତ୍ରୀ ସଞ୍ଜନା ଗାଲରାନୀଙ୍କ ଜାମିନ ଆବେଦନ ସଂରକ୍ଷିତ ରଖିଛନ୍ତି । ଆଉ କିଛି ଦିନ ଜେଲରେ ରହିବେ ଦୁଇ ଅଭିନେତ୍ରୀ । ଅଧିକ ପଢନ୍ତୁ:

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 28, 2020, 4:37 PM IST

ବେଙ୍ଗାଲୁରୁ: ନିକଟରେ ବେଙ୍ଗାଲୁରୁ ଇଣ୍ଡଷ୍ଟିରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା କନ୍ନଡ ଅଭିନେତା ରାଗିଣୀ ଦ୍ବବେଦୀ ଓ ସଞ୍ଜନା ଗଲରାନୀଙ୍କୁ ଗିରଫ କରାଯାଇଥିଲା । ବୁଧବାର ବେଙ୍ଗାଲୁରୁ ହାଇକୋର୍ଟ ଦୁଇ ଅଭିନେତ୍ରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଶୁଣାଣିରେ ଏହି ହାଇ-ପ୍ରୋଫାଇଲ୍ ଡ୍ରଗ୍ସ ମାମଲାରେ ସେମାନଙ୍କ ରାୟ ସଂରକ୍ଷିତ ରଖାଯାଇଛି ।

ହାଇକୋର୍ଟଙ୍କ ଜାମିନ ନଦେବାରୁ ଅଭିନେତ୍ରୀ ରାଗିଣୀ ଓ ସଞ୍ଜନାଙ୍କୁ ନଭେମ୍ବର 2 ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ସ୍ବତନ୍ତ୍ର ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (ଏନଡିପିଏସ୍) କୋର୍ଟ ମଧ୍ୟ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯାହାପରେ ଅଭିନେତ୍ରୀ ଜାମିନ ପାଇବାକୁ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ଦଶହରା ଛୁଟି ପାଇଁ ନଭେମ୍ବର 2 ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ଅଛି। ଏଥି ନିମନ୍ତେ ଦୁଇ ଅଭିନେତ୍ରୀଙ୍କ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.