ETV Bharat / sitara

ସୁସ୍ଥ ଅଛନ୍ତି ବାପ୍ପି ଲହରୀ, କହିଲେ ପୁଅ

author img

By

Published : Apr 5, 2021, 1:53 PM IST

ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ବାପ୍ପି । କୋରୋନା ସଂକ୍ରମିତ ହେତୁ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ ଲୋକପ୍ରିୟ ଗାୟକ ବାପ୍ପି ଲହରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ହେଲ୍ଥ ଅପଡେଟ ଦେଇଛନ୍ତି ତାଙ୍କ ପୁଅ ବାପ୍ପା । ସେ କହିଛନ୍ତି, ‘ବାପି ଦାଙ୍କ ଅବସ୍ଥା ସୁଧୁରୁଛି ଏବଂ ମୁଁ ଆଶା କରୁଛି ସେ ଶୀଘ୍ର ଡାକ୍ତରଖାନାରୁ ଘରକୁ ଫେରିବେ।’

ଏହାପୂର୍ବରୁ ବାପ୍ପିଙ୍କ ଝିଅ ରେମା ମଧ୍ୟ ତାଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଆଉ କହିଥିଲେ, ‘ବାପ୍ପି ଦା ବର୍ତ୍ତମାନ ଭଲ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଗତିରେ ଉନ୍ନତି ଆସୁଛି। ଆମେ ଆଶା କରୁଛୁ ସେ ଶୀଘ୍ର ଆମ ସମସ୍ତଙ୍କ ଗହଣକୁ ଫେରିବେ ।’

ଏହାସହ ସେ ଲୋକଙ୍କୁ ଅପିଲ ମଧ୍ୟ କରିଥିଲେ ଯେ ଗତ କିଛି ଦିନ ମଧ୍ୟରେ ଯଦି କେହି ତାଙ୍କ ପିତାଙ୍କ ସଂସ୍ପର୍ଶରେ ଆସିନ୍ତି ତେବେ ନିଜର କୋରୋନା ଟେଷ୍ଟ କରାଇନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.