ହାଇଦ୍ରାବାଦ: ଦେଶରେ ଡିସ୍କୋ ମ୍ୟୁଜିକ୍ ପାଇଁ ଲୋକଙ୍କୁ ପାଗଳ କରିଥିବା ପ୍ରସିଦ୍ଧ ସଂଗୀତଜ୍ଞ ବାପି ଲାହିରିଙ୍କର ଦେହାନ୍ତ ହୋଇଛି । ତାଙ୍କୁ 69 ବର୍ଷ ବୟସ ହୋଇଥିଲା। ବାପି ଲାହିରି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେସ । ୫୦୦ରୁ ଅଧିକ ସଂଗୀତ ରଚନା କରିଥିବା ବାପି ଲେହିରି ବଲିଉଡରେ ଲମ୍ବା ଇଂନିସ ଖେଳି ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି । ତେବେ ସ୍ବର ବ୍ୟତୀତ ବାପି ଦା ଗୋଲ୍ଡ ମ୍ୟାନ୍ ଭାବେ ମଧ୍ୟ ପରିଚିତ । ଯଦି ଆପଣ ଭାବୁଥିବେ ଯେ ବାପି ଦା ଏହି ସବୁ ସଉକ ପାଇଁ ପିନ୍ଧୁଥିଲେ ତେବେ ତାହା ନୁହେଁ।
କାହିଁକି କୁହାଯାଉଥିଲା ଗୋଲ୍ଡ ମ୍ୟାନ୍
ବାପି ବଲିଉଡର ଏମିତି ଜଣେ ଗାୟକ, ଯିଏ ଏତେ ସୁନା ପିନ୍ଧି ସବୁଆଡେ ବୁଲିଥାନ୍ତି । ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କର ଏହି ଅନ୍ଦାଜରେ ଦେଖିବାର ଅଭ୍ୟାସ ହୋଇଯାଇଥିଲା। କିନ୍ତୁ ତଥାପି ପ୍ରଶ୍ନ ଉଠେ, ପ୍ରକୃତରେ ବାପି କାହିଁକି ଏଭଳି କରନ୍ତି । କାହିଁକି ବାପିଙ୍କୁ ସୁନା ଏତେ ପସନ୍ଦ ? ଏକ ସାକ୍ଷାତକାରରେ ବାପି ଲେହିରି ନିଜେ ଏହି କଥାର ଖୁଲାସା କରିଛନ୍ତି । ସେ କହିଥିଲେ କି, ହଲିଉଡର ଜଣେ କଳାକାରଙ୍କ ଯୋଗୁଁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ।
ବାପି କହିଥିଲେ କି- ‘ମୋତେ ହଲିଉଡ କଳାକାର ଏଲବିସ ପ୍ରେସ୍ଲିଙ୍କୁ ବହୁତ ପସନ୍ଦ ଥିଲେ। ମୁଁ ଦେଖିଲି ସେ ସବୁବେଳେ ସୁନା ଚେନ୍ ପିନ୍ଧୁଛନ୍ତି । ମୋତେ ତାଙ୍କର ଅନ୍ଦାଜ ବହୁତ ପସନ୍ଦ ଆସିଥିଲା। ଏଲଭିସ୍ ପ୍ରେସ୍ଲିଙ୍କୁ ଦେଖି ବାପି ନିଷ୍ପତ୍ତି ନେଇଥିଲେ ଯେ ସେ ଅଧିକ ସଫଳ ହେବେ । ସେହି ସମୟରେ ତାଙ୍କର ସଫଳତା ପଛରେ ତାଙ୍କର ଏକ ଭିନ୍ନ କାରଣ ଥିଲା । ସେ ନିଜ କ୍ୟାରିୟରରେ ଯେତିକି ସୁନା ପିନ୍ଧିବାକୁ ଚାହୁଁଥିଲେ, ଯେତେ ସଫଳ ସେ ନିଜ କ୍ୟାରିୟରରେ ହୋଇପାରିବେ। ଏଥିପାଇଁ ତାଙ୍କୁ ଗୋଲ୍ଡ ମ୍ୟାନ୍ ଅଫ୍ ଇଣ୍ଡିଆ କୁହାଯାଉଥିଲା । ଏହା ସହିତ ବାପି ଦା କହିଛନ୍ତି ଯେ ସେ ନିଜ ପାଇଁ ସୁନାକୁ ଭାଗ୍ୟବାନ ମନେ କରନ୍ତି ।
ଅଧିକ ପଢନ୍ତୁ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ବାପି ଲାହିରି
କେତେ ସୁନା ଗହଣା ଥିଲା
ଏହି ପ୍ରଶ୍ନ ମଧ୍ୟ ଆସେ ଯେ, ବାପି କେତେ କିଲୋ ସୁନା ପିନ୍ଧନ୍ତି ? ୨୦୧୪ ନିର୍ବାଚନରେ ବାପି ଦା ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଓ ୪.୬୨ କିଲୋଗ୍ରାମ ରୂପା ଥିବା ଦର୍ଶାଇଥିଲେ । ବାପିଙ୍କ ପତ୍ନୀଙ୍କ ପାଖରେ ୯୬୭ ଗ୍ରାମର ସୁନା, ୮.୯ କିଲୋର ରୂପା ଓ ୪ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା ରହିଛି । ଆଉ ବାପିଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦ କୋଟି ରହିଥିବା କୁହାଯାଉଛି । ତେବେ ଏମିତି କୌଣସି ଶୋ’ ନାହିଁ ଯେଉଁଠାକୁ ବାପି ଲାହିରି ବିନା ସୁନା ଗହଣା ପିନ୍ଧି ଯାଇଥିବେ। ବେକରେ ମୋଟା ମୋଟା ସୁନା ଚେନ, ହାତରେ ମୁଦି, ସବୁବେଳେ ନିଜକୁ ଏକ ଭିନ୍ନ ଲୁକ୍ରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରୁଥିଲେ। ଏଇଥିରୁ ଅନୁମାନ କରନ୍ତୁ ସେ ସୁନାର କେତେ ସୌଖିନ ଥିଲେ ବାପି ଦା।
ଏହା ବି ପଢନ୍ତୁ: Bappi Lahiri Demise: ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ
୫୦୦୦ରୁ ଅଧିକ ଗୀତ କମ୍ପୋଜ୍ କରିଛନ୍ତି ବାପି
ବାପିଙ୍କ ଡିସ୍କୋ ଗୀତଗୁଡିକୁ ବହୁତ ପସନ୍ଦ କରାଯାଉଥିଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ପ୍ରକାର ସଂଗୀତ ରଚନା ପାଇଁ ପ୍ରସିଦ୍ଧ ଥିଲେ । ସେ ତାଙ୍କ କ୍ୟାରିଅରରେ ଅନେକ ହିଟ୍ ଗୀତ ଗାଇଛନ୍ତି । ସେ ଜଣେ ଜଜ୍ ଭାବରେ ଅନେକ ରିଅଲିଟି ସୋ ମଧ୍ୟ କରିଥିଲେ । ବାପି ଲାହିରି 70 ଦଶକରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ 80 ଦଶକରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
ଚଲତେ ଚଲ୍ତେ, ଡିସ୍କୋ ଡ୍ୟାନ୍ସର, ନମକ ହଲାଲ, ଶରାବୀ, ଡାନ୍ସ ଡ୍ୟାନ୍ସ, କମାଣ୍ଡୋ, ସାହେବ, ଗ୍ୟାଙ୍ଗ ଲିଡର, ସେଲାବ୍ ଭଳି ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । କେବଳ ହିନ୍ଦୀ ନୁହେଁ ବଙ୍ଗାଳୀରେ ବି ସେ ଅମର ସଂଗୀତ, ଆଶା ଓ ଭୋଲୋବାଶ, ଆମର ତୁମୀ, ଅମର ପ୍ରେମ, ମନ୍ଦିରା, ବଦନାମ, ରକ୍ତଲେଖା, ପ୍ରିୟା ଭଳି ଅନେକ ହିଟ୍ ଗୀତ ଦେଇଛନ୍ତି ବାପି ଲାହିରି । ଏହାକୁ ବାଦ ଦେଲେ ବାପି ଲାହିରି ୫୦୦ରୁ ଅଧିକ ଫିଲ୍ମରେ ୫୦୦୦ରୁ ଅଧିକ ଗୀତ କମ୍ପୋଜ୍ କରିଛନ୍ତି ବାପି । ହିନ୍ଦୀ, ବଙ୍ଗାଳୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ଼, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଓଡ଼ିଆ, ଭୋଜପୁରୀ, ଆସାମୀ ଭାଷା ସମେତ ବାଂଲାଦେଶୀ ଫିଲ୍ମ ଓ ଇଂରାଜୀରେ ଗୀତ କମ୍ପୋଜ କରିଛନ୍ତି।