ETV Bharat / sitara

ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ସ୍ବାମୀ ଅଟକ - ମିଳିଲା ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ

ମିଳିଲା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ। କିଛି ଦିନ ପୂର୍ବେ ନିଖୋଜ ହୋଇଥିବା ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ସ୍ବାମୀ ଅଟକ

author img

By

Published : Jan 19, 2022, 12:40 PM IST

ଢାକା: ମିଳିଲା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ। କିଛି ଦିନ ପୂର୍ବେ ନିଖୋଜ ହୋଇଥିବା ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଇମାଙ୍କ ମୃତଦେହ ଢାକା ନିକଟ ହଜରତପୁର ବ୍ରିଜ ନିକଟରେ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ, ଜାନୁଆରୀ 17 ସୋମବାର ଦିନ କଦମଟୋଲି ଅଞ୍ଚଳର ଏକ ବ୍ରିଜ ନିକଟରେ ଅଭିନେତ୍ରୀଙ୍କ ମୃତଦେହକୁ ଦେଖି ସ୍ଥାନୀୟ ଲୋକ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ।

ରାଇମାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ବାମୀ ସାକତ ଅଲ୍ଲୀ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ରାଇମା ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ହଜରତପୁର ବ୍ରିଜ ତଳୁ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ରାଇମା ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

୪୫ ବର୍ଷୀୟା ରାଇମା ଇସଲାମ୍‌ ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଥିଲେ। 1୯୯୮ ମସିହାରେ ‘ବର୍ତ୍ତମାନ’ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଯାବତ ସେ ୨୫ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି। ସେ ବାଲାଂଦେଶ ଫିଲ୍ମ ଆର୍ଟିଷ୍ଟ ଆସୋସିଏସନର ସକ୍ରିୟ ସଦସ୍ୟ ଥିଲେ । ଫିଲ୍ମ ଛଡ଼ା ସେ ଛୋଟ ପରଦାରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.