ETV Bharat / sitara

ବାହୁବଳୀଙ୍କୁ ନୁହେଁ ଏହି ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା - ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ କୋୱଲାମୁଡି

ଜଲଦି ହାତକୁ ଦି ହାତ ହେବାକୁ ଯାଉଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ଅନେକ ଦିନରୁ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ସାମ୍ନାକୁ ଆସିଯାଇଛି ସେ କାହାକୁ ବିବାହ କରିବେ । ଅଧିକ ଜାଣିବା ପାଇଁ ପଢନ୍ତୁ...

actress anushka shetty
ଡିଜାଇନ ଫଟୋ
author img

By

Published : Mar 5, 2020, 11:18 PM IST

ମୁମ୍ବାଇ: ଆଜି ବି ଦର୍ଶକ ଓ ପ୍ରଶଂସକଙ୍କୁ ଲାଗୁଛି ଯେ ‘ବାହୁବଳୀ’ ଫେମ ଅନୁଷ୍କା ସେଟ୍ଟୀ ଓ ସୁପରଷ୍ଟାର ପ୍ରଭାସ ରିଲେସନସିପରେ ଅଛନ୍ତି। ଆଉ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହେବେ । ଫ୍ୟାନ୍ସ ଦୁଇଜଣଙ୍କ ବିବାହ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ । ହେଲେ ଲାଗୁଛି ଅନୁଷ୍କା ଫ୍ୟାନ୍ସଙ୍କୁ ବଡ ଝଟକା ଦେବାକୁ ଯାଉଛନ୍ତି। କାରଣ ସେ ପ୍ରଭାସଙ୍କର ହାତ ନୁହେଁ ଫେମସ ନିର୍ଦ୍ଦେଶକ ପ୍ରକାଶ କୋୱଲାମୁଡିଙ୍କ ହାତ ଧରିବେ । ଆଜ୍ଞା ହଁ, ବର୍ତ୍ତମାନ ଏହି ଚର୍ଚ୍ଚା ଜୋର ଧରିଛି ଯେ ଖୁବଶୀଘ୍ର ସେ ପ୍ରକାଶଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବ।

ବିଶିଷ୍ଟ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ । ଯଦି ଅନୁଷ୍କା ତାଙ୍କୁ ବିବାହ କରୁଛନ୍ତି, ତେବେ ପ୍ରକାଶଙ୍କ ଏହା ଦ୍ବିତୀୟ ବିବାହ ହେବ । ସେ ପୂର୍ବରୁ ଲେଖିକା କନିକା ଢିଲ୍ଲୋନଙ୍କ ସହ 2014ରେ ବିବାହ କରିଥିଲେ। ହେଲେ ବିବାହର କିଛି ବର୍ଷ ପରେ ଦଇଜଣ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ଦେଖିବାକୁ ବାକି ରହିଲା ଚର୍ଚ୍ଚା ଧରିଥିବା ଖବରଟି କେତେ ସତ...

ପ୍ରକାଶ ଥାଉକି ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ପ୍ରକାଶ। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ‘ଜଜମେଣ୍ଟାଲ ହେ କ୍ୟା’ରେ କନିକା ଓ ପ୍ରକାଶ ଏକାଠି କାମ କରିଥିଲେ। ଏହି ଫିଲ୍ମର କାହାଣୀ ଲେଖିଥିଲେ କନିକା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.