ETV Bharat / sitara

ସଲମାନଙ୍କ ଟ୍ୟୁବଲାଇଟକୁ ଓଭରରେଟେଡ କହିଲେ ‘ବଧାଇ ହୋ’ ନିର୍ଦ୍ଦେଶକ - ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ଟ୍ୟୁବଲାଇଟକୁ ନେଇ ଚର୍ଚ୍ଚା

ବର୍ତ୍ତମାନ ଚର୍ଚ୍ଚାରେ ଫେମସ ନିର୍ଦ୍ଦେଶକ ଅମିତ ଶର୍ମା । ସେ କବିର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟ୍ୟୁବଲାଇଟ’କୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 1, 2020, 3:27 PM IST

ମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ’, ‘ଏକ ଥା ଟାଇଗର’ ଭଳି ବ୍ଲକବଷ୍ଟର ଫିଲ୍ମ ପରେ ‘ଟ୍ୟୁବଲାଇଟ’ ନିର୍ଦ୍ଦେଶକ କବିର ଖାନଙ୍କ ସହ ସୁପରଷ୍ଟାର ସଲମାନ ଖାନଙ୍କ ଏହା ତୃତୀୟ ଫିଲ୍ମ ଥିଲା । 2013ରେ ଆସିଥିବା ହଲିଉଡ ଫଇଲ୍ମ ‘ଲିଟିଲ ବୟ’ର ଏହା ହିନ୍ଦୀ ରିମେକ ଫିଲ୍ମ ଥିଲା । ଫିଲ୍ମ 1962ରେ ଭାରତ-ଚୀନର ମଧ୍ୟରେ ହୋଇଥିବା ଯୁଦ୍ଧ କାହାଣୀକୁ ନେଇ ଆଧାରିତ । ଇତିମଧ୍ୟରେ ‘ବଧାଇ ହୋ’ ନିର୍ଦ୍ଦେଶକ ଅମିତ ଶର୍ମାଙ୍କ ଏହି ଫିଲ୍ମକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଅମିତଙ୍କ ଅନୁଯାୟୀ ସଲମାନଙ୍କ ଅଭିନୀତ ‘ଟ୍ୟୁବଲାଇଟ’ ଏକ ଓଭରରେଟେଡ ଫିଲ୍ମ । ହେଲେ ସେ ଯଦି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥାଆନ୍ତେ, ତାହାଲେ ଫିଲ୍ମ ନିହାତି ଭଲ ହୋଇଥାଆନ୍ତା । କାରଣ ସେ ଫିଲ୍ମର ସ୍କ୍ରିପ୍ଟ ସହ ନ୍ୟାୟ କରିପାରିଥାଆନ୍ତେ । ଯାହା କବିର କରିପାରିନାହାଁନ୍ତି ।

ଏକ ସାକ୍ଷାତକାରରେ ଅମିତଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏମିତି କୌଣସି ଫିଲ୍ମର ନାମ କହିବେ, ଯାହାକୁ ସେ ନିର୍ଦ୍ଦେଶିତ କରିଥିଲେ ଭଲ ହୋଇଥାଆନ୍ତା । ଏହାର ଜବାବରେ ସେ ‘ଟ୍ୟୁବଲାଇଟ’ର ନାମ ନେଇଥିଲେ ।

ପ୍ରକାଶ ଥାଉକି ସଲମାନଙ୍କ ଏହି ଫିଲ୍ମକୁ ଦର୍ଶକ ଓ କିଟ୍ରିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଯାହାଦ୍ବାରା ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ସେହିପରି ସଲମାନଙ୍କ ସବୁ ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିବା ଫ୍ୟାନ୍ସଙ୍କୁ ମଧ୍ୟ ‘ଟ୍ୟୁବଲାଇଟ’ ନିରାଶ କରିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.