ETV Bharat / sitara

ସୁଶାନ୍ତଙ୍କ ପାଇଁ ଯଜ୍ଞ କଲେ ବାବା ରାମଦେବ, କହିଲେ- 'ନ୍ୟାୟ ନିଶ୍ଚିତ ମିଳିବ' - baba ramdev released video havan puja

ଆଜି ସ୍ୱାଧୀନତା ଦିବସ ଅବସରରେ ଯୋଗ ଗୁରୁ ବାବା ରାମଦେବ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ପତଞ୍ଜଳି ଯୋଗ ପୀଠରେ ଏକ ଯଜ୍ଞ କରିଛନ୍ତି । ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ, ହତ୍ୟାକାରୀଙ୍କ ଦ୍ୱାରା ସୁଶାନ୍ତଙ୍କ ଜୀବନ ନିଆଯାଇଛି, ବର୍ତ୍ତମାନ ଅନ୍ତତଃ ପକ୍ଷେ ତାଙ୍କ ଆତ୍ମାକୁ ନ୍ୟାୟ ମିଳିବ । ଅଧିକ ପଢନ୍ତୁ...

baba ramdev released video havan puja to bring justice to sushant family
ସୁଶାନ୍ତଙ୍କ ପାଇଁ ଯଜ୍ଞ କଲେ ବାବା ରାମଦେବ,କହିଲେ- 'ନ୍ୟାୟ ନିଶ୍ଚିତ ମିଳିବ'
author img

By

Published : Aug 15, 2020, 9:51 PM IST

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ମାସ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ମିଳିନାହିଁ ।

ସୁଶାନ୍ତଙ୍କ ପାଇଁ ପ୍ରତିଦିନ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ମୃତ୍ୟୁରେ ଯାହା ବି ସତ, ସାମ୍ନାକୁ ଆସୁ ଏବଂ ସୁଶାନ୍ତଙ୍କ ଆତ୍ମା ​​ସହିତ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳୁ ।

ଏଭଳି ପରିସ୍ଥିତିରେ ଆଜି ସ୍ୱାଧୀନତା ଦିବସ ଅବସରରେ ଯୋଗ ଗୁରୁ ବାବା ରାମଦେବ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ପତଞ୍ଜଳି ଯୋଗ ପୀଠରେ ଏକ ଯଜ୍ଞ କରିଛନ୍ତି । ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

  • मैंने श्री सुशान्तजी के परिजनों से बात की,उनका दर्द सुना तो मेरी भी रूह कांप उठी,हम सब पतंजलि में उस दिवंगत आत्मा के लिये प्रार्थना कर रहे हैं,सुशान्त राजपूत और उनके परिजनों को न्याय मिले,@ANI@Republic_Bharat@indiatvnews@aajtak #SushantSinghRajput #justicforsushatsinghrajput pic.twitter.com/tW2nqjV27B

    — स्वामी रामदेव (@yogrishiramdev) August 15, 2020 " class="align-text-top noRightClick twitterSection" data=" ">

ଏହି ଭିଡିଓ ସେୟାର କରି ରାମ ଦେବ ବାବା ଲେଖିଛନ୍ତି, ମୁଁ ସୁଶାନ୍ତଙ୍କ ପରିବାର ସହ କଥା ହୋଇଥିଲି । ମୁଁ ସେମାନଙ୍କ ଯନ୍ତ୍ରଣା ଏବଂ କଷ୍ଟକୁ ଅନୁଭବ କଲି । ତେଣୁ ଆମେ ସମସ୍ତେ ପତଞ୍ଜଳି ଯୋଗ ପୀଠରେ ସୁଶାନ୍ତଙ୍କ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ପାଇଁ ପ୍ରାର୍ଥନା କରୁଛୁ ।

ସୁଶାନ୍ତଙ୍କ ମାମଲାର ତଦନ୍ତର ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।

ପ୍ରକାଶ ଥାଉ କି, ସୁଶାନ୍ତ 14 ଜୁନ୍ ରେ ବାନ୍ଦ୍ରାସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହି ମାମଲା ଶେଷ କରିବାକୁ ଚେଷ୍ଟା କରିଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁର 40 ଦିନ ପରେ ତାଙ୍କ ପିତା କେ.କେ ସିଂ ବିହାରରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଏଫଆଇଆର ଦାଏର କରିଥିଲେ ଏବଂ ତାଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.