ମୁମ୍ବାଇ: ‘ବାଗି 3’ ନିର୍ଦ୍ଦେଶକ ଅହମ୍ମଦ ଖାନ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଉପରେ ନିକଟରେ ଏମିତି ଏକ ବୟାନ ଦେଇଥିଲେ। ଯାହାପରେ ତାଙ୍କ ଚର୍ଚ୍ଚା ଖୁବ୍ ହୋଇଥିଲା । ସେ କହିଥିଲେ ଯେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଫ୍ଲପ ଥିଲା ଏବଂ ତାଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ଧାକଡ’ ମଧ୍ୟ ଫ୍ଲପ ହେବ। ଇତିମଧ୍ୟରେ ସେ କଙ୍ଗନାଙ୍କ ପ୍ରଶଂସା କରି ଚର୍ଚ୍ଚାରେ ।
ସେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କଙ୍ଗନା ଫିମେଲ ବାଗି, ବଲିଉଡର ହିରୋ । ସେ ଜଣେ ଏମିତି ଝିଅ ଯିଏ ଆକ୍ସନ ଫିଲ୍ମ କରିପାରିବେ। ତାଙ୍କୁ ଧାକଡର ଟିଜର ଖୁବ୍ ପସନ୍ଦ ଆସିଛି । ସେ ଶାନଦାର ଅଭିନେତ୍ରୀ । ଯଦି ସେ ତାଙ୍କ ସ୍କ୍ରିପ୍ଟକୁ ଅପ୍ରୁଭ କରୁଛନ୍ତି ତେବେ ତାଙ୍କ ସହ କାମ କରିବାକୁ ସେ ପସନ୍ଦ କରିବେ।
ଅନ୍ୟପଟେ ଅହମ୍ମଦଙ୍କ ବୟାନ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଏକ ଟ୍ବିଟ କରି ଜବାବ ଦେଇଛନ୍ତି। ସେ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି, ‘ଦେଖନ୍ତୁ ଅହମ୍ମଦ ମଧ୍ୟ ଲାଇନରେ ଆସିଗଲେ। କ୍ଷମା ବି ମାଗିଲେ ଏବଂ କଙ୍ଗନାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ବାଗି ମଧ୍ୟ କହିଲେ। ଧାକଡର ପ୍ରଶଂସା ମଧ୍ୟ । ସବୁ ସୁଧ ସହ ଆଦାୟ ହୋଇଗଲା । ବହୁତ ଭଲ ।’
ପ୍ରକାଶ ଥାଉକି ନିକଟରେ ଅହମ୍ମଦ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ବକ୍ସ ଅଫିସରେ ନିଜ ଖରାପ ପ୍ରଦର୍ଶନ ପାଇଁ ମହିଳା ନେତୃତ୍ବ ଆକ୍ସନ ଫିଲ୍ମ ନିର୍ମାଣ କରିବାକୁ ସେ ସଙ୍କୋଚ କରୁଥିଲେ । ସେ ‘ମଣିକର୍ଣ୍ଣିକା’ର ଉଦାହରଣ ଦେଇ କହିଥିଲେ ମେକର୍ସ ଟଙ୍କା ୱେଷ୍ଟ କରିଦେଇଛନ୍ତି । ‘ଧାକଡ’ ମେକର୍ସଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିବ ।