ମୁମ୍ବାଇ: ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ସବୁବେଳେ ନିଜ ଭିନ୍ନ ଭିନ୍ନ ଭୂମିକା ନେଇ ପରଦାରେ ନଜର ଆସନ୍ତି । ଦର୍ଶକଙ୍କ ମଧ୍ୟ ତାଙ୍କ ଚ୍ୟାଲେଞ୍ଜିଂ ରୋଲ ଦେଖିବାକୁ ପ୍ରାୟତଃ ବ୍ୟାକୁଳ ଥାଆନ୍ତି । ବର୍ତ୍ତମାନ ସେ ନିଜ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ନେଇ ଖୁବ୍ୟ ବ୍ୟସ୍ତ । ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟ ଉତ୍ସାହିତ । ଇତିମଧ୍ୟରେ ରିଲିଜ ହୋଇଯାଇଥିବା ଫିଲ୍ମର ନୂଆ ଗୀତ ‘ଗବରୁ’ ଦର୍ଶକଙ୍କ ମନ କିଣିବା ସହ ସୋସିଆଲ ମିଡିଆରେ ଛାଇ ଯାଇଛି । ଗୀତଟି ପଞ୍ଜାବୀ ହିଟ ନମ୍ବର ‘ଗବରୁ’ର ରିମେକ ଗୀତ ।
- " class="align-text-top noRightClick twitterSection" data="">
ଏହି ଗୀତରେ ଆୟୁଷ୍ମାନ ନିଜ ପ୍ରେମିକ ଜିତୁଙ୍କ ପାଇଁ ତାଙ୍କ ପରିବାର ସାମ୍ନାରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଜିତୁଙ୍କ ବିବାହରେ ବାଧା ସାଜିବାକୁ ଏପରି କରୁଛନ୍ତି । ଗୀତରେ ଆୟୁଷ୍ମାନ ଷ୍ଟେଜ ଉପରେ ବୁଲି ବୁଲି ଡାନ୍ସ ମଧ୍ୟ କରୁଛନ୍ତି । ସେପଟେ ଜିତୁଙ୍କ ପିତା (ଗଜରାଜ ରାଓ) ଆୟୁଷ୍ମାନଙ୍କ ଠାରୁ ତାଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛନ୍ତି ।
ଏହି ଦମଦାର ଗୀତଟିକୁ ରେମି ଗାଇଥିବା ବେଳେ ମ୍ୟୁଜିକର ତଡକା ଲଗାଇଛନ୍ତି ତାନିଷ୍କ ବାଗଚୀ । ଗୀତରେ ଆୟୁଷ୍ମାନ ଓ ଗଜରାଜଙ୍କ ଲଢେଇ ଦେଖିବାକୁ ମିଳୁଛି । ରିଲିଜର ମାତ୍ର 48 ଘଣ୍ଟା ମଧ୍ୟରେ ଏହି ଗୀତକୁ 1 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି ।
ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନ କିମିବାରେ ସଫଳ ହୋଇଥିଲା । ଏଥର ଫିଲ୍ମରେ ସମଲିଙ୍ଗୀ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି ଆୟୁଷ୍ମାନ । ଆସନ୍ତା ମାସ 21ରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।