ମୁମ୍ବାଇ: ପପୁଲାର ଆକ୍ଟର ଆୟୁଷ୍ମାନ ଖୁରାନା ସବୁବେଳେ ନିଜ ଫିଲ୍ମରେ କିଛି ନା କିଛି ନୂଆ କାହାଣୀ ନେଇ ପରଦାକୁ ଫେରନ୍ତି । ଏଥର ମଧ୍ୟ ସେ ପ୍ରସ୍ତୁତ ହୋଇସାରିଲେଣି ଦର୍ଶକଙ୍କୁ ହସାଇବାକୁ । ଇତିମଧ୍ୟରେ ତାଙ୍କ ଅପକମିଂ ଫିଲ୍ମ ‘ବାଲା’ର ମସ୍ତିଭରା ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ୟାମୀ ଗୌତମ ଓ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ।
- " class="align-text-top noRightClick twitterSection" data="">
ଫିଲ୍ମରେ ଆୟୁଷ୍ମାନଙ୍କ ଏମିତି ଅବତାର ଦେଖିବାକୁ ମିଳିବ । ଯାହା କେବେ ମଧ୍ୟ ତାଙ୍କ ଫିଲ୍ମରେ ଫ୍ୟାନ୍ସ ଦେଖିନାହାଁନ୍ତି । ଆଜ୍ଞା ହଁ, ‘ବାଲା’ ଫିଲ୍ମରେ ଆୟୁଷ୍ମାନ ଜଣେ ଚନ୍ଦା ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯାହାଙ୍କ କେଶ ଝଡିବା ସମସ୍ୟା ଅଛି । ଆଉ ଏହି କାରଣ ପାଇଁ କପରି ତାଙ୍କ ସ୍ବପ୍ନ ଭାଙ୍ଗୁଛି ତାହା ନେଇ ପର୍ଯ୍ୟବେଶିତ ଫିଲ୍ମର କାହାଣୀ ।
- " class="align-text-top noRightClick twitterSection" data="
">
‘ବାଲା’ର ନିର୍ଦ୍ଦେଶନା ଦାୟିତ୍ବ ଅମର କୌଶିକ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି ଦିନେଶ ବିଜନ । ଟ୍ରେଲର ରିଲିଜ ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ରିଲିଜ କରାଯାଇଥିଲା । ଯେଉଁଥିରେ ଆୟୁଷ୍ମାନ କେଶ ବଢିବା ପାଇଁ ମୁଣ୍ଡରେ ପାଣି ଢାଳୁଥିବାର ଦେଖାଯାଉଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟରକୁ ସେୟାର କରି ସେ ଲେଖିଛନ୍ତି, ‘ନୋ ବାଲା କି କାହାନୀ ବାଲା କି ଜୁବାନୀ ।’ ଫିଲ୍ମଟି ନଭେମ୍ବର 7ରେ ରିଲିଜ ହେବାକୁ ଯାଉଛି ।