ETV Bharat / sitara

ଜୋକର ସାଜି ନିଜ ଇଚ୍ଛା ପ୍ରକାଶ କଲେ ଆୟୁଷ୍ମାନ

author img

By

Published : Jun 7, 2020, 5:19 AM IST

ଲକଡାଉନରେ ଘରେ ବନ୍ଦ ଥିବା ଆୟୁଷ୍ମାନ ଏବେ ଜୋକର ସାଜିଛନ୍ତି । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସେ ଏବେ ଚର୍ଚ୍ଚାରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଲକଡାଉନରେ ନିଜ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ କୌଣସି ସୁଯୋଗ ଛାଡୁ ନାହାଁନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ଆଉ ଫ୍ୟାନ୍ସଙ୍କ ପାଇଁ ନିଜର ଫଟୋ, ଭିଡିଓ ସେୟାର କରି ନିଜ ବିଷୟରେ ଜଣାଉଛନ୍ତି । ପୁଣିଥରେ ସେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜୋକର ସାଜିଛନ୍ତି । ତାଙ୍କର ଏହି ଜୋକର ଲୁକ ହଲିଉଡର ଫେମସ ଅଭିନେତା ୱାକିନ ଫିନିକ୍ସଙ୍କ ସୁପରଡୁପର ହିଟ୍ ଫଲ୍ମ ‘ଜୋକର’ରୁ ଅନୁପ୍ରାଣିତ । ଏହି ପୋଷ୍ଟ ସେୟାର କରି ସେ ନିଜ ଖାସ୍ ଇଚ୍ଛା ପ୍ରକାଶ କରିଛନ୍ତି ।

ସେ ଲେଖିଛନ୍ତି, ‘କଣ ମୁଁ ଆପଣଙ୍କୁ ଏମିତି ବ୍ୟକ୍ତି ଦେଖାଯାଉଛି । ଯାହା ପାଖରେ କୌଣସି ଯୋଜନା ଅଛି । କଣ ଆପଣଙ୍କୁ ଜଣାଅଛି ମୁଁ କିପରି । ମୁଁ କାରର ପିଛା କରୁଥିବା କୁକୁର । ଯଦି ଧରାଯାଏ ତେବେ ମୁଁ କଣ କରିବି ଜାଣେ ନାହିଁ । ମୁଁ ବିଶୃଙ୍ଖଲାର ଏଜେଣ୍ଟ । ମୁଁ ସବୁବେଳେ ଜୋକର ଭଳି ନେଗେଟିଭ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲି ।’

ବର୍ତ୍ତମାନ ତାଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫ୍ୟାନ୍ସ ଓ ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.