ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ପ୍ରଥମଥର ଆୟୁଷ୍ମାନ ଜଣେ ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ମଙ୍ଗଳବାର ଏହି ଫିଲ୍ମର ଶୁଭ ମହୁରତ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଫିଲ୍ମରେ ନିର୍ଦ୍ଦେଶନା ହିତେଶ କେୱାଲୟ କରିବାକୁ ଯାଉଥିବା ବେଳେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଯୋଜନା ଆନନ୍ଦ ଏଲ ରାୟଙ୍କ ପ୍ରଡକ୍ସନ କଲର ୟଲୋ ଦ୍ବାରା କରାଯିବ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ‘ବଧାଇ ହୋ’ ପିତା-ମାତା ନୀନା ଗୁପ୍ତା ଓ ଗଜରାଜ ଶବ ମଧ୍ୟ ଭୂମିକାରେ ନଜର ଆସିବେ ।
ଫିଲ୍ମକୁ ଆସନ୍ତା ବର୍ଷ ମାର୍ଚ 13ରେ ରିଲିଜ କିରବାକୁ ଯୋଜନା କରିଛନ୍ତି ମେକର୍ସ । ଆୟୁଷ୍ମାନଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟ କେଉଁ ଷ୍ଟାର-କାଷ୍ଟ ନଜର ଆସିବେ ତାହା ଖୁଲାସା ଏଯାବତ ହୋଇନାହିଁ ।
ପ୍ରକାଶ ଥାଉକି ଆଜିକାଲି ନିଜର ଅପକମିଂ ଫିଲ୍ମ ‘ଡ୍ରିମ ଗାର୍ଲ’ର ପ୍ରମୋଶନରେ ବ୍ୟସ୍ତ ଆୟୁଷ୍ମାନ । ଏହି ଫିଲ୍ମରେ ମଧ୍ୟ ତାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ । କାରଣ ପ୍ରଥମଥର ସେ ଝିଅଙ୍କ ସ୍ବରରେ କଥା ହେଉଥିବାର ଦେଖାଯିବେ । ଫିଲ୍ମରେ ଆୟୁଷ୍ମାନଙ୍କ ସହ ନୁସରତ ଭାରୁଚା ନଜର ଆସିବେ ।