ମୁମ୍ବାଇ: 'ଆର୍ଟିକଲ 15' ଜରିଆରେ ପୁଣି ନିଜ ଅଭିନୟର ପରିଚୟ ଦେଇଥିବା ଅଭିନେତା ଆୟୁଷ୍ମାନ ଖୁରାନା ପ୍ରଥମଥର ବିଗ ବି ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ 'ଗୁଲାବୋ ସିତାବୋ'ରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ଆୟୁଷ୍ମାନ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି । କାରଣ ସେ ମେଗାଷ୍ଟାର ଅମିତାଭଙ୍କ ସହ ଅଭିନୟକୁ ନେଇ ଖୁବ ଖୁସି । ଫିଲ୍ମ ସୁଟିଂ ଗତ ମଙ୍ଗଳବାର ଆରମ୍ଭ କରିଛନ୍ତି ଆୟୁଷ୍ମାନ ।
ଆୟୁଷ୍ମାନ ପିଲା ବେଳୁ ହିଁ ଅମିତାଭଙ୍କ ବଡ ପ୍ରଶଂସକ ରହିଆସିଛନ୍ତି । ଆଉ ତାଙ୍କ ଠାରୁ ଅନେକ କିଛି ଶିଖିବାକୁ ଉତ୍ସାହିତ ଅଛନ୍ତି । ଏହି ଅବସରରେ ଆୟୁଷ୍ମାନ କହିଥିଲେ କି ସେ ସୁଜିତ ସିରକାରଙ୍କ ସବୁବେଳେ ଆଭାରୀ ରହିବେ । କାରଣ ସେ ତାଙ୍କୁ ଏହି ଫିଲ୍ମରେ ସୁଯୋଗ ଦେଇଛନ୍ତି । ଅମିତାଙ୍କ ସହ ଫିଲ୍ମରେ କାମ କରିବା ତାଙ୍କ ପାଇଁ କୌଣସି ଜ୍ୟାକପଟ ଠାରୁ କମ ନୁହେଁ ।
ଯେବେ ଠାରୁ ସେ 'ବିକ୍କୀ ଡୋନର' ପାଇଁ ସୁଜିତଙ୍କ ସହ କାମ କରିଥିଲେ, ତାଙ୍କ ଭଳି ଜିନିୟସ ସହ ଦ୍ବିତୀୟ ଥର କାମ କରିବାକୁ ଚାହୁଁଥିଲେ । କାହାଣୀକୁ ଠିକ୍ ରୂପେ ପରଦାରେ ଉପସ୍ଥାପନ କରିବାରେ ସେ ମାଷ୍ଟର ଆଉ ବଲିଉଡରେ ତାଙ୍କ ଭିନ୍ନ ପରିଚୟ ହେବା ସହ ପପୁଲାର ମଧ୍ୟ । ସେ ତାଙ୍କୁ ବଲିଉଡରେ ପ୍ରଥମ ବ୍ରେକ ଦେଇଥିଲେ । ଫିଲ୍ମ 'ବିକ୍କୀ ଡୋନର' ପାଇଁ ସେ ସବୁବେଳେ ତାଙ୍କର ଋଣି ହୋଇ ରହିବେ ବୋଲି କହିଛନ୍ତି ଆୟୁଷ୍ମାନ ।