ETV Bharat / sitara

ଆୟୁଷ୍ମାନଙ୍କ ପାଇଁ ଗର୍ବିତ ପରିବାର

author img

By

Published : Jan 23, 2020, 6:44 PM IST

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଟ୍ରେଲର ଦେଖି ଗର୍ବିତ ଅନୁଭବ କରୁଛନ୍ତି ତାଙ୍କ ପିତା-ମାତା । ଏହାର ଖୁଲାସା କଲେ ସେ । ପ୍ରଥମଥର ସମଲିଙ୍ଗୀ ଅବତାରରେ ଏହି ଫିଲ୍ମରେ ଆସିବେ ନଜର ।

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଫେମସ ଅଭିନେତା ଆୟୁଷ୍ମାନ ଖୁରାନା ବଲିଉଡରେ ନିଜ ଦମଦାର ଭୂମିକା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଗତ ବର୍ଷ ସେ ବଲିଉଡକୁ ବ୍ୟାକ ଟୁ ବ୍ୟାକ ହିଟ୍ ଫିଲ୍ମ ଦେବାରେ ସଫଳ ହୋଇଥିଲେ । ଆଉ ଏବର୍ଷ ମଧ୍ୟ ସେ ଦର୍ଶକଙ୍କ ପାଇଁ ଭିନ୍ନ କାହାଣୀ ନେଇ ପରଦାରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ନିଜ ଚର୍ଚ୍ଚିତ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ନେଇ ଚର୍ଚ୍ଚାରେ । ଯାହାର ଶାନଦାର ଟ୍ରେଲର ନିକଟରେ ରିଲିଜ କରିଥିଲେ ମେକର୍ସ । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।

ସେପଟେ ୟୁଟ୍ୟୁବରେ ମଧ୍ୟ ଫିଲ୍ମର ଟ୍ରେଲର ଟ୍ରେଣ୍ଡ କରିବାରେ ଲାଗିଛି । ଫିଲ୍ମ ଟ୍ରେଲରକୁ ନେଇ ଆୟୁଷ୍ମାନ ବଲିଉଡ ଓ ଦର୍ଶକଙ୍କ ଖୁବ୍ ପ୍ରଶଂସା ପାଇଛନ୍ତି । ହେଲେ ଏବେ ସେ ବଡ ଖୁଲାସା କରିଛନ୍ତି ଯେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ଦେଖି ତାଙ୍କ ପରିବାର କଣ ପ୍ରତିକ୍ରିୟା ରଖିଛନ୍ତି ।

ତାଙ୍କ ପିତା ପି ଖୁରାନା ଓ ମା' ପୁନମଙ୍କୁ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଟ୍ରେଲର ଖୁବ୍ ପସନ୍ଦ ଆସିଛି । ପିତା-ମାତା ଥରେ ନୁହେଁ ଅନେକ ଥର ଫଲ୍ମର ଟ୍ରେଲର ଦେଖିଛନ୍ତି । ଆଉ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ଯେତେବେଳେ ସେ ପରିବାରକୁ ଟ୍ରେଲର ଏନଜୟ କରୁଥିବାର ଦେଖିଲେ ତେବେ ଭାବିଥିଲେ ତାଙ୍କ ପୁରା ଟିମର ପରିଶ୍ରମ ସଫଳ ହୋଇଛି । ସାଧାରଣ ଲୋକ କେବଳ ଫିଲ୍ମ ସହ ସମ୍ପୃକ୍ତ ହୋଇପାରିବେ ନାହିଁ ବରଂ ରୁଢିବାଦୀ ଭାବନା ଦୂର ମଧ୍ୟ କରିପାରିବେ ବୋଲି କହିଛନ୍ତି ଆୟୁଷ୍ମାନ ।

ଖାଲି ଏତିକି କି ନୁହେଁ ସେ କହିଛନ୍ତି ଟ୍ରେଲର ଦେଖି ତାଙ୍କ ପିତା-ମାତା ତାଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି । କାରଣ ସେ ସବୁବେଳେ ସାମାଜିକ ପ୍ରସଙ୍ଗ ସହ ସମ୍ପୃକ୍ତ ଥିବା ସମସ୍ୟାକୁ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆଣିବାରେ ସଫଳ ହେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.