ETV Bharat / sitara

ହାଥରସ ଗଣଦୁଷ୍କର୍ମ ଘଟଣା, ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ କହିଲେ ଆୟୁଷ୍ମାନ - ହାଥରସ ଗଣଦୁଷ୍କର୍ମ ଘଟଣା

ହାଥରସ ଏବଂ ବଳରାମପୁର ଗଣଦୁଷ୍କର୍ମ ଉପରେ ଆୟୁଷ୍ମାନ କହିଛନ୍ତି, ହାଥରସ ଗଣଦୁଷ୍କର୍ମ ଘଟଣା ପରେ ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ ଓ ହତ୍ୟା । ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ଉଚିତ । ଅଧିକ ପଢନ୍ତୁ...

Ayushmann Khurrana calls for most severe punishment to the guilty in UP gangrapes
ହାଥରସ ଗଣଦୁଷ୍କର୍ମ ଘଟଣା,ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ କହିଲେ ଆୟୁଷ୍ମାନ
author img

By

Published : Oct 3, 2020, 10:45 PM IST

ମୁମ୍ବାଇ: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ମଙ୍ଗଳବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କଠାରୁ ସେଲିବ୍ରିଟି ସମସ୍ତେ ଜର୍ଜରିତ ।

ହାଥରସ ଏବଂ ବଳରାମପୁରରେ ଘଟିଥିବା ଭୟଙ୍କର ଗଣଦୁଷ୍କର୍ମ ଘଟଣାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା କ୍ରୋଧ ପ୍ରକାଶ କରିଛନ୍ତି ।

ହାଥରସ ଏବଂ ବଳରାମପୁର ଗଣଦୁଷ୍କର୍ମ ଉପରେ ବଲିଉଡ କଳାକାର ଅକ୍ଷୟ କୁମାର, କଙ୍ଗନା ରଣାୱତ, ପ୍ରିୟଙ୍କା ଚୋପ୍ରା ଜୋନସ, ଅନୁଷ୍କା ଶର୍ମା, କରୀନା କପୁର ଖାନଙ୍କ ପରେ ବଲିଉଡର ଅନ୍ୟ କେତେକ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ପୀଡିତାଙ୍କ ପାଇଁ ନ୍ୟାୟ ମାଗିଥିଲେ ।

ଯାହା ଉପରେ ଶନିବାର ଆୟୁଷ୍ମାନ କହିଛନ୍ତି, ଚକିତ, ହାଥରସ ଗଣଦୁଷ୍କର୍ମ ଘଟଣା ପରେ, ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ ଓ ହତ୍ୟା । ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ଉଚିତ । ଏହା କେବେ ବନ୍ଦ ହେବ? ଆମେ ପ୍ରତ୍ୟେକ ଦିନ ଆମର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛୁ? ଆମକୁ କେବଳ ମହିଳାଙ୍କ ସୁରକ୍ଷା ଅପେକ୍ଷା ଅଧିକ କିଛି କରିବାକୁ ପଡିବ । ଆମକୁ ଭଲ ପୁଅମାନଙ୍କୁ ଜନ୍ମ ଦେବାକୁ ପଡିବ ।

ୟୁନିସେଫ ଇଣ୍ଡିଆ ଦ୍ବାରା ଜଣେ ସେଲିବ୍ରିଟି ଆଡଭୋକେଟ ଭାବେ କାମ କରୁଥିବା ଅଭିନେତା, ପିଲାମାନଙ୍କ ପ୍ରତି ହେଉଥିବା ହିଂସାକୁ ଶେଷ କରିବା ପାଇଁ କାର୍ଯ୍ୟ କରିବା ଏବଂ ପିଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ଧ୍ୟାନ ଦେବା । ନାବାଳିକାଙ୍କ ପ୍ରତି ଅତ୍ୟାଚାର ଗ୍ରହଣୀୟ ନୁହେଁ କିନ୍ତୁ ଏହାକୁ ରୋକାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.