ETV Bharat / sitara

22 ନୁହେଁ 15ରେ ରିଲିଜ ହେବ ‘ବାଲା’

ଆୟୁଷ୍ମାନଙ୍କ ଅପକମିଂ ଫିଲ୍ମ ‘ବାଲା’ ରିଲିଜ ତାରିଖ ପରିବର୍ତ୍ତନ ହେବାରେ ଖୁସି ନଜର ଆସୁଛନ୍ତି ଦର୍ଶକ । କାରଣ ପୂର୍ବରୁ ଫିଲ୍ମଟି ନେଭେମ୍ବର 22ରେ ରିଲିଜ ହୋଇଥାଆନ୍ତେ କିନ୍ତୁ ଏବେ ଫିଲ୍ମଟି 15ରେ ରିଲିଜ ହେବ ।

author img

By

Published : Sep 20, 2019, 11:39 PM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନା ଓ ନୁସରତ ଭାରୁଚାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗାର୍ଲ’କୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ । ଫିଲ୍ମଟି ଏଯାବତ 75 କୋଟି ଆୟ କରିବାରେ ସଫଳ ହୋଇଛି । ଯେପରି ‘ଡ୍ରିମ ଗାର୍ଲ’ ଫିଲ୍ମରେ ଆୟୁଷ୍ମାନଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା । ସେହିପରି ଆଉ କିଛି ଦିନ ପରେ ରିଲିଜ ହେବାକୁ ଯାଉଥିବା ତାଙ୍କ ଆଗାମୀ ଫିଲ୍ମ ‘ବାଲା’ରେ ମଧ୍ୟ ତାଙ୍କ ଚନ୍ଦା ଅବତାର ଦେଖିବାକୁ ମିଳିବ ।

ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଫିଲ୍ମଟି ନେଭେମ୍ବର 22ରେ ରିଲିଜ ହେବ । କିନ୍ତୁ ବର୍ତ୍ତମାନ ମେକର୍ସ ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ଆଜ୍ଞା ହଁ, 22 ପରିବର୍ତ୍ତେ ଦର୍ଶକ ଫିଲ୍ମଟିକୁ ନେଭେମ୍ବର 15ରେ ଦେଖିବେ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

ନିର୍ମାତା କରନ ଜୋହର ଟ୍ବିଟରରେ ଏହାର ସୂଚନା ଦର୍ଶକଙ୍କୁ ଦେଇଛନ୍ତି । ଦିନେଶ ବିଜାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ଭୂମି ପେଡନେକର ନଜର ଆସିବେ ।
ଫିଲ୍ମର ଫାଷ୍ଟ ଟିଜର ଗତ ମାସରେ ରିଲିଜ ହୋଇଥିଲା ।

ପ୍ରକାଶ ଥାଉକି ‘ବାଲା’ରେ ଆୟୁଷ୍ମାନ ଚନ୍ଦା ବ୍ୟକ୍ତି ଭୂମିକାରେ ଥିବା ବେଳେ ଭୂମି ଏକ ଛୋଟ ସହର କାଳି ଝିଅ ରୂପେ ନଜର ଆସିବେ । ଯିଏ କଳା ରଙ୍ଗକୁ ନେଇ ସମାଜର ବାଦଅପବାଦ ସହୁଥିବେ ।
ଆୟୁଷ୍ମାନ ଓ ଭୂମିଙ୍କ ବ୍ୟତୀତ ଫିଲ୍ମରେ ୟାମୀ ଗୌତମ ମଧ୍ୟ ଅଛନ୍ତି । ବାଲା ଏହି ଦୁଇଷ୍ଟାରଙ୍କ ତୃତୀୟ ଫିଲ୍ମ । ପୂର୍ବରୁ ଆୟୁଷ୍ମାନ ଓ ଭୂମି ଫିଲ୍ମ ‘ଶୁଭ ମଙ୍ଗଲ ସାବଧାନ’ ଏବଂ ‘ଦମ ଲଗାକେ ହାଇସା’ରେ ଅଭିନୟ କରିସାରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.