ନୂଆଦିଲ୍ଲୀ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆୟେଶା ଟାକିଆ ଆଜି ଅର୍ଥାତ୍ 10 ଏପ୍ରିଲ୍ ନିଜର ୩୫ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ।
ଆୟେଶା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ 13 ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ସେ ଅନେକ ବିଜ୍ଞାପନରେ କାମ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।
୯୦ ଦଶକରେ ଫାଲଗୁନି ପଠକଙ୍କ ଗୀତ ‘ମେରୀ ଚୁନର ଉଡ ଉଡ ଯାଏ’ ଆୟେଶାଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ହିଟ୍ ହୋଇଥିଲା ଏହା ପରେ ସେ ‘ସୋଚା ନା ଥା’ ଏବଂ ‘ତାରଜନ୍: ଦ ୱାଣ୍ଡର କାର୍’ ଫିଲ୍ମ ପାଇଁ ସାଇନ୍ କରିଥିଲେ । ‘ତାରଜନ୍’ ଫିଲ୍ମରେ ଆୟେଶାଙ୍କର ଚମତ୍କାର ଅଭିନୟ ପାଇଁ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ଜିତିଥିଲେ ।
ଏହା ପରେ ଆୟେଶା ‘ଶାଦୀ ନଂ ୧’, ‘ହୋମ୍ ଡେଲିଭରୀ’, ‘ସଲାମ ଏ ଇଶ୍କ’, ପାଠଶାଲା ସମେତ ଅନ୍ୟାନ୍ୟ ଫିଲ୍ମ ମଧ୍ୟ କରିଥିଲେ ।
ଏହି ସବୁ ଫିଲ୍ମ ପରେ ୨୦୦୯ ରେ ଆୟେଶା ସଲମାନ ଖାନଙ୍କ ସହ ‘ୱାଣ୍ଟେଡ’ ଫିଲ୍ମ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ।
ଆୟେଶା ମାର୍ଚ୍ଚ ୨୦୦୯ ରେ ବଏଫ୍ରେଣ୍ତ ଫରହାନ ଆଜମୀଙ୍କୁ ବିବାହ କରିଥିଲେ । ସେହି ସମୟରେ ଆୟେଶାଙ୍କୁ ମାତ୍ର 23 ବର୍ଷ ହୋଇଥିଲା। ବିବାହ ପରେ ଆୟେଶା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। କିନ୍ତୁ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ।