ETV Bharat / sitara

କୁଶଲଙ୍କ ଆତ୍ମହତ୍ୟାରେ ନୂଆ ମୋଡ, ବୟାନ ରଖିଲେ ପତ୍ନୀ

ଡିସେମ୍ବର 27ରେ ଦୁନିଆକୁ ଅଲବିଦା କହିଥିଲେ ଟେଲି ଆକ୍ଟର କୁଶଲ ପଞ୍ଜାବୀ । ତାଙ୍କ ଆତ୍ମହତ୍ୟା ମାମଲାରେ ଏବେ ପତ୍ନୀ ଆଣ୍ଡ୍ରେ ମୌନବ୍ରତ ଭାଙ୍ଗିଛନ୍ତି ।

kushal punjabi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁଶଲ ପଞ୍ଜାବୀ
author img

By

Published : Jan 6, 2020, 4:41 PM IST

ମୁମ୍ବାଇ: ଟିଭିର ପପୁଲାର ଆକ୍ଟର କୁଶଲ ପଞ୍ଜାବୀଙ୍କ ଆତ୍ମଦତ୍ୟାକୁ 9 ଦିନ ବିତିସାରିଲାଣି । ଏଯାବତ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ପରିବାର ଓ ଟେଲି ଷ୍ଟାର୍ସ । ଇତିମଧ୍ୟରେ ତାଙ୍କ ୟୁରୋପୀୟନ ପତ୍ନୀ ଆଣ୍ଡ୍ରେ ଡୋଲ୍ହନ ସ୍ବାମୀଙ୍କ ଆତ୍ମହତ୍ୟାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କୁଶଲ ଏକ ଦାୟିତ୍ବହୀନ ପିତା ଥିଲେ । ଆଉ ନିଜ ସମ୍ପର୍କକୁ ସମ୍ଭାଳିବାରେ ଅସଫଳ ହୋଇଥିଲେ । ବର୍ତ୍ତମାନ ଆଣ୍ଡ୍ରେଙ୍କ ଏପରି ବୟାନରେ ଆଶ୍ଚର୍ଯ୍ୟ ହୋଇ କିଛି ପ୍ରଶଂସକ ତାଙ୍କୁ କୁଶଲଙ୍କ ମୃତ୍ୟୁର ଦାୟୀ କରୁଛନ୍ତି ।

ସେ କୁଶଲଙ୍କୁ ପୁଅ କିଆନ ଓ ନିଜ ସହ ସାଙ୍ଘାଇରେ ରହିବାକୁ ମଧ୍ୟ ଅଫର ଦେଇଥିଲେ । ଏହାସହ ସେ କୁଶଲଙ୍କ ସବୁ ଖର୍ଚ୍ଚ ଉଠାଇବାକୁ କହିଥିଲେ । ଏକ ସାକ୍ଷାତକାରରେ ଆଣ୍ଡ୍ରେ ବୟାନ ରଖି ଏପରି କଥା କହିଥିଲେ । ଖାଲି ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ ବର୍ତ୍ତମାନ ତାଙ୍କୁ କୁଶଲଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରାଯାଉଛି ।

ସେ ଆହୁରି କହିଥିଲେ ଯେ ଦୁଇଜଣଙ୍କ ବିବାହରେ ସମସ୍ୟା ଥିଲା ସତ ହେଲେ ଅସଫଳ ବିବାହ ଆଦୌ ନଥିଲା । ସେ ପୁଅକୁ କେବେ ମଧ୍ୟ କୁଶଲଙ୍କ ସହ କଥାବାର୍ତ୍ତା କରିବାରୁ ରୋକିନଥିଲେ । କୁଶଲ ହିଁ କେବେ ପରିବାରକୁ ନେଇ ଗମ୍ଭୀର ନଥିଲେ ।

ପ୍ରକାଶ ଥାଉକି କୁଶଲଙ୍କ ଅନ୍ତିମ ସଂସ୍କାର ଡିସେମ୍ବର 27ରେ ମୁମ୍ବାଇରେ କରାଯାଇଥିଲା । କୁଶଲ ‘ଜୋର କା ଝଟକା’ ପ୍ରତିଯୋଗୀତା ଜିତିବା ପରେ ଚର୍ଚ୍ଚାରେ ଆସିଥିଲେ । ଏହାପରେ ସେ ‘ଫିୟର ଫ୍ୟାକ୍ଟର’, ‘ଝଲକ ଦିଖଲା ଜା’ ଭଳି ଅନ୍ୟ ରିୟାଲିଟି ଶୋରେ ଭାଗ ନେଇଥିଲେ । ଏହାବ୍ୟତୀତ ସେ ‘ଲକ୍ଷ’, ‘କାଲ’, ‘ସଲାମ ଏ ଇଶକ’, ‘ଧନ ଧନା ଧନ’, ଓ ‘କ୍ରେଜୀ କୁକ୍କଡ ଫ୍ୟାମିଲି’ ଭଳି ଫିଲ୍ମରେ କାମ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.