ETV Bharat / sitara

ଆରମ୍ଭରୁ ଆଣ୍ଠେଇଲା ଦବଙ୍ଗ !

author img

By

Published : Dec 20, 2019, 4:09 PM IST

ଦୀର୍ଘସମୟରୁ ‘ଦବଙ୍ଗ 3’କୁ ନେଇ ଅନେକ ଆଶା କରିବସିଥିଲେ ଦର୍ଶକ । ଆଶା ଭାଙ୍ଗିଲା ଫିଲ୍ମ । ସୋସିଆଲ ମିଡିଆରେ ସଲମାନଙ୍କ ଉପରେ ରାଗିଲେ ଫ୍ୟାନ୍ସ ।

dabangg 3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଆଜି(ଶୁକ୍ରବାର)ରିଲିଜ ହୋଇଯାଇଛି । ଆଉ ସଲମାନ ଏଥର ବଡ ଧମାକା କରିବେ ବୋଲି ଦର୍ଶକ ଭାବିଥିଲେ । ଏହି ଫିଲ୍ମ ପ୍ରମୋଶନରେ ସଲମାନ ଯେତେ ପରିଶ୍ରମ କରିଥିଲେ ସେତିକି ଦର୍ଶକଙ୍କ ଆଶା ମଧ୍ୟ ଥିଲା । ବର୍ତ୍ତମାନ ଫିଲ୍ମ ଦେଖି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି ଦର୍ଶକ । ଯାହାକୁ ଦେଖି ଜଣାପଡୁଛି ଯେ ଫିଲ୍ମଟି ଦର୍ଶକଙ୍କ ମନ ଭାଙ୍ଗିଦେଇଛି । ଦର୍ଶକଙ୍କ ଆଶାକୁ ନିରାଶରେ ପରିଣତ କରିଛିନ୍ତି ସଲମାନ ।

ଯେଉଁଠାରେ ସଲମାନଙ୍କ କିଛି ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି ଫିଲ୍ମ ସେହିଠାରେ ଆଉ କିଛିଙ୍କୁ ଆଦୌ ମନୋରଞ୍ଜନ କରିପାରିନାହିଁ । ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି । ସେହିପରି ସଲମାନଙ୍କ କିଛି ଖାସ୍ ଫ୍ୟାନ୍ସଙ୍କୁ ମଧ୍ୟ ଭଲ ଲାଗିନାହିଁ ଫିଲ୍ମ ।

ଜଣେ ଫ୍ୟାନ ଟ୍ବିଟରରେ ଲେଖିଛନ୍ତି, ‘ମତେ ଫ୍ରିରେ ଟିକେଟ ମିଳିଥିଲା କିନ୍ତୁ ଫିଲ୍ମ ଦେଖି ବାହାରିବା ପରେ ଭାବିଲି ଫ୍ରିରେ କାହିଁକି ଏହି ଫିଲ୍ମ ଟିକେଟ ନେଲି । ଯେହେତୁ ଫ୍ୟାନ କାଲି ଟିକେଟ କିଣି ଫିଲ୍ମ ଦେଖିବେ । ଆଉ କେତେ ଦିନ ସଲମାନ ଭାଇ । ଠିକ୍ ରୂପେ ଫିଲ୍ମ ନିର୍ମାଣ କର ନହେଲେ ସନ୍ୟାସୀ ନେଇ ନିଅ ।’

ସେହିପରି ଆଉ ଜଣେ ଫ୍ୟାନ ଫିଲ୍ମର ମଜାକ ଉଡାଇ ଲେଖିଛନ୍ତି, ‘ଲାଗୁଛି ଦବଙ୍ଗ 3 ଶୀଘ୍ର ଶୀଘ୍ରରେ ନିର୍ମାଣ କରାଯାଇଛି । ଆଉ ଜଣାପଡୁଛି ରାଧେ ନିର୍ମାଣ ଏହାଠୁ ଜଲଦିରେ ହେବ । ଇଦରେ ଆସିବେ ନା ? ଡର ଲାଗିବନି ତ? ଗୋଟିଏ ଲାଇନରେ ଦବଙ୍ଗ 3 ଫ୍ଲପ ଫିଲ୍ମ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.