ETV Bharat / sitara

ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା; କାଲି ସରିଲାନି, ଆଜି ଜାମିନ ଆବେଦନର ଶୁଣାଣି

author img

By

Published : Oct 27, 2021, 10:54 AM IST

କ୍ରୁଜ ପାର୍ଟି ମାମଲାରେ ଗିରଫ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଆଜି ହେବ । ଗତକାଲି ଶୁଣାଣି ଶେଷ ହୋଇନପାରିବାରୁ ଆଜିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

କାଲି ସରିଲାନି, ଆଜି ପୁଣି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: କାଲି ସରିଲାନି, ଆଜି ପୁଣି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଆଜି(ବୁଧବାର) ଦିନ ୨.୩୦ରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି କରାଯିବ ।

ଆର୍ଯ୍ୟନଙ୍କ ସହ ଗିରଫ ଥିବା ତାଙ୍କ ବନ୍ଧୁ ଅର୍ବାଜଙ୍କ ଆଇନଜୀବୀ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଉଭୟ ୪୫ ମିନିଟ ମାଗିବାରୁ ପରବର୍ତ୍ତୀ ଶୁଣାଣି ଆଜିକୁ ସ୍ଥଗିତ ରଖାଯାଇଥିଲା । ତେବେ ଚଳିତ ମାସ ୨ରେ ଆର୍ଯ୍ୟନ କ୍ରୁଜ ଗ୍ରଗ୍ସ ପାର୍ଟିରୁ ଧରାପଡିବା ପରେ ୮ ରୁ ଗିରଫ ହୋଇ ଜେଲରେ ଅଛନ୍ତି ।

ତେବେ ଏହା ପୂର୍ବରୁ ଆର୍ଯ୍ୟନଙ୍କ ତିନି-ତିନି ଥର ଜାମିନ ଆବେଦନ ଖାରଜ ହେବା ପରେ ସେ ୪ର୍ଥ ଥର ପାଇଁ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ । ଅନ୍ୟପଟେ ଆର୍ଯ୍ୟନଙ୍କୁ ବେଲ୍ ନ ଦେବା ପାଇଁ NCB ଦାବି ଉପସ୍ଥାନ କରିଛି । ଆର୍ଯ୍ୟନଙ୍କର ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱର୍କ ସହ ସମ୍ପର୍କ ଅଛି ଏବଂ ସେ ତାଙ୍କ ବନ୍ଧୁ ଅର୍ବାଜଙ୍କ ଠାରୁ ଡ୍ରଗ୍ସ ସଂଗ୍ରହ କରୁଥିଲେ ବୋଲି NCB ପକ୍ଷ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.