ମୁମ୍ବାଇ: ଆର୍ଯ୍ୟନ ଖାନ, କଏଦୀ ନମ୍ବର ୯୫୬ । ଏହା ହେଉଛି ଆର୍ଥର ରୋଡ ଜେଲରେ ଆର୍ଯ୍ୟନଙ୍କ ନୂଆ ପରିଚୟ । ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏବେ ଜେଲରେ ଥିବା ବେଳେ ତାଙ୍କୁ କଏଦୀ ନମ୍ବର ୯୫୬ ଦିଆଯାଇଛି । ତେବେ ଜେଲ ଭିତରେ ଥିବା ପ୍ରତ୍ୟେକ କଏଦୀଙ୍କୁ ଏକ ନମ୍ବର ଦିଆଯାଏ । ସେହିପରି ଆର୍ଯ୍ୟନଙ୍କୁ ମଧ୍ୟ ଏହି ନମ୍ବର ଦିଆଯାଇଛି ।
ଗତକାଲି ଆର୍ଯ୍ୟନ ଜାମିନ ଆବେଦନର ଶୁଣାଣୀ ଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରରେ ହେବାନେଇ କୋର୍ଟ ନିଷ୍ପତ୍ତି ନେଇଥିଲେ । ଫଳରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ । ଜାମିନ ଆବେଦନ ଉପରେ ଦୀର୍ଘ ଦିନର ଶୁଣାଣି ପରେ ସେସନ କୋର୍ଟ ଏହି ରାୟ ସୁରକ୍ଷିତ ରଖିଛନ୍ତି । ଅକ୍ଟୋବର ୨ରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗିରଫ କରିଥିଲା ଏନସିବି । ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ।