ମୁମ୍ବାଇ: କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲା । ଅନ୍ୟ ଅଭିଯୁକ୍ତଙ୍କ ଭଳି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ମଧ୍ୟ କାଉନସେଲିଂ କରାଯାଉଛି । ସେ ବଲିଉଡ଼ ସିତାରା ହୋଇଥିଲେ ମଧ୍ୟ ସାଧାରଣ ଅଭିଯୁକ୍ତଙ୍କୁ ଯେପରି ପଚରାଉଚୁରା କରାଯାଏ, ସେପରି ତାଙ୍କୁ ପଚରାଉଚୁରା କରାଯାଉଛି ବୋଲି କହିଛନ୍ତି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ।
ଏହି କାଉନସେଲିଂ ଯେ କେବଳ ଆର୍ଯ୍ୟନଙ୍କ ପାଇଁ ନୁହେଁ, ବରଂ ଘଟଣାରେ ଗିରଫ ହୋଇଥିବା ପ୍ରତିଟି ଅଭିଯୁକ୍ତଙ୍କ ପାଇଁ ସମାନ ରହିଛି । ଯୁବପିଢିଙ୍କୁ ଡ୍ରଗ୍ସ ନିଶାରୁ ନିବୃତ କରିବା ପାଇଁ ଏହି ସ୍ବତନ୍ତ୍ର ଧରଣର ଡ୍ରଗ୍ସ ଦିଆଯାଉଛି ବୋଲି ସେ କହିଛନ୍ତି । ଯୁବାବସ୍ଥାରେ ଏଭଳି ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ଏହି ମାମଲାରେ ଆର୍ଯ୍ୟନ ଗିରଫ ହୋଇ ଆର୍ଥର ରୋଡ ଜେଲରେ ରହିଛନ୍ତି । କାଉନସେଲିଂ ସମୟରେ ଆର୍ଯ୍ୟନ କହିଛନ୍ତି ଯେ ସେ ଆଗକୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କାର୍ଯ୍ୟ କରିବା ସହିତ ଖରାପ ରାସ୍ତାକୁ ତ୍ୟାଗ କରିବେ । ଜେଲରୁ ମୁକୁଳିବା ପରେ ସେ ନିଜ କାମ ଜରିଆରେ ସମସ୍ତଙ୍କୁ ଗୌରବାନ୍ବିତ କରିବେ ବୋଲି କହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବର ୨ ତାରିଖରେ ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ ୨ ଜଣ ମହିଳା ମଧ୍ୟ ସାମିଲ ଥିଲେ । ଏହାପରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆର୍ଥର ରୋଡ ଜେଲରେ ଦଣ୍ଡ ଭୋଗୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ