ETV Bharat / sitara

Ameesha Patel: ଅଭିନେତ୍ରୀ ଅମୀଷାଙ୍କ ନାଁରେ ୱାରେଣ୍ଟ

author img

By

Published : Dec 1, 2021, 12:26 PM IST

ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ (Ameesha Patel) । କୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ । ଚେକ ବାଉନ୍ସ (cheque bounce case) ମାମଲାରେ ଭୋପାଳ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି (Arrest warrant) । ଅଧିକ ପଢନ୍ତୁ

ଅଭିନେତ୍ରୀ ଅମିଶାଙ୍କ ନାଁରେ ୱାରେଣ୍ଟ
ଅଭିନେତ୍ରୀ ଅମିଶାଙ୍କ ନାଁରେ ୱାରେଣ୍ଟ

ମୁମ୍ବାଇ: ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ (Ameesha Patel) । କୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ । ଚେକ ବାଉନ୍ସ (cheque bounce case) ମାମଲାରେ ଭୋପାଳ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି (Arrest warrant) । ଡିସେମ୍ବର ୪ ସୁଦ୍ଧା ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି ।

ସୂଚନାଅନୁସାରେ ଅମୀଷାଙ୍କ ନାଁରେ ୩୨ ଲକ୍ଷରୁ ଅଧିକ ଟଙ୍କାର ଚେକ ବାଉନ୍ସ ମାମଲା ରହିଛି । ଏ ନେଇ ତାଙ୍କ ଉପରେ ୟୁଟିଏଫ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ୩୨ ଲକ୍ଷ ୨୫ ହଜାର ଟାଙ୍କାର ଚେକ ବାଉନ୍ସ ମାମଲା ରୁଜ୍ଜୁ କରିଛି । ଅମୀଷା ଏବଂ ତାଙ୍କ କମ୍ପାନୀ ୟୁଟିଏଫ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ଠାରୁ ୩୨ ଲକ୍ଷ ୨୫ ହଜାର ଟାଙ୍କା ଏକ ଫିଲ୍ମ ପ୍ରସ୍ତୁତ କରିବା ପାଇଁ କରଜ କରିଥିଲେ । କଣ୍ଟ୍ରାକ୍ଟ ଆଧାରରେ କମ୍ପାନୀ ପକ୍ଷରୁ ୨ଟି ଚେକ ଦିଆଯାଇଥିଲା ହେଲେ ଦୁଇଟି ଯାକ ବାଉନ୍ସ ହୋଇଯାଇଥିଲା ।

ଆହୁରି ପଢନ୍ତୁ...ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ, ହୋଇପାରନ୍ତି ଗିରଫ

ଏ ନେଇ ଅମୀଷା ପଟେଲ (Ameesha Patel)ଙ୍କ ନାମରେ ୱାରେଣ୍ଟ ଜାରି ହୋଇଛି । ଏହାବାଦ ଇନ୍ଦୋରରେ ମଧ୍ୟ ୧୦ ଲକ୍ଷ ଟଙ୍କା ଚେକ ବାଉନ୍ସ ହେବା ନେଇ ତାଙ୍କ ନାମରେ ମାମଲା ରହିଛି । ୨୦୧୯ ଅକ୍ଟୋବର ୧୨ରେ ରାଞ୍ଚି କୋର୍ଟରେ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା । ଅଢେଇ କୋଟିର ଚେକ ବାଉନ୍ସ ଅଭିଯୋଗରେ ପ୍ରଯୋଜକ ଅଜୟ କୁମାର ଅମୀଷା ଓ ତାଙ୍କ ବିଜନେସ ପାର୍ଟନରଙ୍କ ନାଁରେ ଏହି ମାମଲା ଦାୟର କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.