ମୁମ୍ବାଇ: ବର୍ଷର ଶେଷ ଭାଗକୁ ବିବାଦରେ ଫସିଛନ୍ତି ବଲିଉଡ଼ର 'ବେବି ଡଲ୍' ସନ୍ନି ଲିଓନି । ନିକଟରେ ସନ୍ନିଙ୍କ ନୂଆ ଆଲବମ ସଙ୍ଗ୍ 'ମଧୁବନ ମେଁ ରାଧିକା ନାଚେ' ରିଲିଜ ହୋଇଛି । ଏହି ଗୀତ ଦ୍ବାରା ସନ୍ନି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ହିନ୍ଦୁ ସଙ୍ଗଠନ ଦାବି କରିଛି । ଏହାସହିତ ଗୀତକୁ ବଦଳାଇବା ସହିତ ମେକର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଏହି ଗୀତକୁ ନେଇ ସନ୍ନିଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଆଉ ଏହା ପରେ Arrest Sunny Leone ଟ୍ବିଟରରେ ଟ୍ରେଣ୍ଡ କରୁଛି ।
ଟ୍ବିଟରରେ କିଛି ୟୁଜର୍ସ କହିଛନ୍ତି ଯେ ଏହି ଗୀତର ମେକର୍ସ ଲୋକଙ୍କ ସାମନାରେ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛନ୍ତି । ହିନ୍ଦୁ ଭଗବାନଙ୍କୁ ନେଇ ଏହି ଗୀତ କାହିଁକି ନିର୍ମାଣ କରାଯାଇଛି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି । ସେପଟେ ଆଉ ଜଣେ ୟୁଜର୍ସ କହିଛନ୍ତି ଯେ କେବଳ ସନ୍ନିଙ୍କ ବିରୋଧରେ ନୁହେଁ, ବରଂ ପୁରା ଟିମ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ କୁହାଯାଉଛି ।
ଏହା ବି ପଢନ୍ତୁ: ମନ୍ତ୍ରୀଙ୍କ ଧମକ ପରେ ମାନିଲା ସାରେଗାମା, ବଦଳିବ ମଧୁବନ ଗୀତ
ଏହାପୂର୍ବରୁ ମଧ୍ୟପ୍ରଦେଶ ସରକାର ଓ ବୃନ୍ଦାବନର ସନ୍ଥ ସମାଜ ଚେତବାନୀ ଦେଇଥିଲେ । ଏହାପରେ ମ୍ୟୁଜିକ୍ ଲେବଲ୍ ସାରେଗାମାମଧୁବନ'ର ମ୍ୟୁଜିକ୍ ଭିଡିଓ ବଦଳାଇବେ ବୋଲି ପ୍ରତିଶୃତି ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ