ମୁମ୍ୱାଇ: ଦେଶରେ କଡା ଲକଡାଉନ ଯୋଗୁଁ ସୋମବାର ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ବନ୍ଦ ରହିଥିଲା । ଦେଶରେ ଚାଲିଥିବା ଲକଡାଉନର ତୃତୀୟ ପର୍ଯ୍ୟାୟରେ ମେ 4 ରୁ ଆରମ୍ଭ ହୋଇଥିବା ଲକଡାଉନକୁ ସରକାର କିଛି ପ୍ରତିବନ୍ଧକ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ଯାହାଫଳରେ ଅନେକ ସ୍ଥାନରୁ ଏହିପରି ଭିଡିଓ ବାହାରକୁ ଆସୁଛି, ଯେଉଁଥିରେ ସାମାଜିକ ଦୂରତାର ନିୟମକୁ କେହି ମାନୁ ନଥିବାର ହେଖିବାକୁ ମିଳିଛି ।

ବର୍ତ୍ତମାନ ମୁମ୍ବାଇର ମଦ ଦୋକାନ ବାହାରେ ଠିଆ ହୋଇଥିବା ଲୋକମାନଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଏ କିପରି ଲୋକମାନେ ମଦ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଏକତ୍ର ଛିଡା ହେଉଛନ୍ତି ।
ବଲିଉଡ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ଇନଷ୍ଟାଗ୍ରାମ ଫିଡରେ ଏକ ଭିଡିଓ ସେୟାର କରି ରାସ୍ତାରେ ଲୋକମାନଙ୍କ ଭିଡକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।
- " class="align-text-top noRightClick twitterSection" data="
">
ଅର୍ଜୁନ ରାମପାଲ ସେୟାର କରିଥିବା ଭିଡିଓରେ ମଦ ଦୋକାନ ବାହାରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହାସହ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଲୋକମାନେ ସେମାନଙ୍କ ମୁହଁରେ ମାସ୍କ ଲଗାଇଛନ୍ତି, କିନ୍ତୁ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ।
ଏହି ଭିଡିଓର କ୍ୟାପସନରେ ଅର୍ଜୁନ ଲେଖିଛନ୍ତି ଯେ, ଲିକର ଷ୍ଟୋର ଖୋଲିବା ମାତ୍ରେ ବାହାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେଣୁ ମଦ ଦୋକାନ ବନ୍ଦ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି । ମଦ ଦୋକାନ ଖୋଲିବା ମାତ୍ରେ ଲୋକମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ସହ ସେମାନେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ।
ଦେଶରେ କରୋନାଭାଇରସ ଯୋଗୁଁ ମାର୍ଚ୍ଚ 24 ରୁ ଲକଡାଉନ ଚାଲିଛି । ଲକଡାଉନର ପ୍ରଥମ ପର୍ଯ୍ୟାୟରେ 14 ଏପ୍ରିଲ ପର୍ଯ୍ୟନ୍ତ ଥିଲା, କିନ୍ତୁ ପରିସ୍ଥିତିର ଗମ୍ଭୀରତା ହେତୁ ଏହାକୁ 3 ମଇକୁ ବୃଦ୍ଧି କରାଯାଇଥିଲା । ପୁଣି ବର୍ତ୍ତମାନ ଲକଡାଉନ 17 ମେ କୁ ବୃଦ୍ଧି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ