ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଫିଲ୍ମ ଠାରୁ ଅଧିକ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ପତ୍ନୀଙ୍କୁ ଛାଡପତ୍ର ଦେଲା ପରେ ସେ ପ୍ରାୟତଃ ନିଜ ଗର୍ଲଫ୍ରେଣ୍ଡ ଗାବ୍ରଏଲାଙ୍କ ସହ ଅନେକ ସ୍ଥାନରେ ଏକାଠି ନଜର ଆସିଥାଆନ୍ତି । ଇତିମଧ୍ୟରେ ଦୁଇଜଣ ନିଜ ସମ୍ପର୍କକୁ ଏକ ନୂଆ ସ୍ଥାନରେ ଆଣି ରଖିଛନ୍ତି । ଦୁଇଜଣଙ୍କୁ ନେଇ ଖବର ଶୁଣିବାକୁ ମିଳୁଛି ଯେ ଲିଭ-ଇନରେ ରହିବା ଆରମ୍ଭ କରିଦେଇଛନ୍ତି । ଆଜ୍ଞା ହଁ, ଏଥି ନିମନ୍ତେ ସେ ପାଲି ହିଲରେ ଏକ ଆପାର୍ଟମେଣ୍ଟକୁ ମଧ୍ୟ ସିଫ୍ଟ ହୋଇସାରିଲେଣି ।
ଅନ୍ୟପଟେ ଅର୍ଜୁନଙ୍କ ପୂର୍ବତନ ପତ୍ନୀ ହିଲ ରୋଡ ହାଉସରେ ଦୁଇ ଝିଅ ସହ ରହୁଛନ୍ତି । ଅର୍ଜୁନ ଓ ଗାବ୍ରଏଲା ଦୀର୍ଘ ସମୟରୁ ରିଲେସନଶିପରେ ରହିଆସୁଛନ୍ତି ।
ପ୍ରକାଶ ଥାଉକି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପ୍ରାୟତଃ ଦେଖିବାକୁ ମିଳିଥାଏ । କିନ୍ତୁ ଦୁଇଜଣ ନିଜ ସମ୍ପର୍କକୁ ସାର୍ବଜନୀକ ରୂପେ କେବେ ମଧ୍ୟ ମାନିନାହାଁନ୍ତି । ସେମିତି ଦେଖିବାକୁ ଗଲେ ଫଟୋ ଅନେକ କିଛି କାହାଣୀ କହିଥାଏ । ଏବେ ଦେଖିବା ବାକି ରହିଲା ଦୁଇଜଣ କେବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।