ETV Bharat / sitara

ହାପି ବର୍ଥଡେ’ ସନସାଇନ ଲେଖି ବଏଫ୍ରେଣ୍ଡଙ୍କୁ ମଲାଇକାଙ୍କ ଶୁଭେଚ୍ଛା - ଅର୍ଜୁନ କପୁର ଜନ୍ମଦିନ

ଆଜି ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ଜନ୍ମଦିନ । ଗାର୍ଲଫ୍ରେଣ୍ଡ ମଲାଇକାଙ୍କ ସମେତ ବଲିଉଡର ଜଣାଶୁଣା କଳାକାର ବର୍ଥଡେ ବୟକୁ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

36 ବର୍ଷରେ ଅର୍ଜୁନ, ହାପି ବର୍ଥଡେ ସନସାଇନ ଲେଖି ଶୁଭେଚ୍ଛା ଜଣାଇଲେ ମଲାଇକା

author img

By

Published : Jun 26, 2021, 9:07 PM IST

ହାଇଦ୍ରାବାଦ: ଆଜି(ଶନିବାର) ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ଜନ୍ମଦିନ । 36 ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ଏହି ଅବସରରେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରା ଅର୍ଜୁନଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି 'ହାପି ବର୍ଥଡେ ସନସାଇନ' ଲେଖି ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

36 ବର୍ଷରେ ଅର୍ଜୁନ, ହାପି ବର୍ଥଡେ ସନସାଇନ ଲେଖି ଶୁଭେଚ୍ଛା ଜଣାଇଲେ ମଲାଇକା
36 ବର୍ଷରେ ଅର୍ଜୁନ, ହାପି ବର୍ଥଡେ ସନସାଇନ ଲେଖି ଶୁଭେଚ୍ଛା ଜଣାଇଲେ ମଲାଇକା

ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ମଲାଇକା ଅର୍ଜୁନଙ୍କ ବାହୁରେ ଥିବା ସମୟର ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ମଲାଇକାଙ୍କ ଏହି ପୋଷ୍ଟକୁ ବିପୁଳ ଲାଇକ ମିଳିଛି । ପୋଷ୍ଟର କମେଣ୍ଟ ସେକ୍ସନରେ ଅର୍ଜୁନଙ୍କ ସମ୍ପର୍କୀୟା ଭଉଣୀ ସୋନମ କପୁର ଏବଂ ରିୟା କପୁର ହାର୍ଟ ଇମୋଜି ଦେଇଛନ୍ତି । ଏଥିସହ ମଲାଇକା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ ଏବଂ ରେସ୍ତୋରାଁ ତଥା ଫ୍ୟାସନ ଉଦ୍ୟୋଗୀ ସଂୟୁକ୍ତା ନାୟରଙ୍କ ସହ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯିଏ କି ପାନିପଥ ଅଭିନେତା ତଥା ଅର୍ଜୁନଙ୍କ ସହ ନିଜ ବର୍ଥଡେ ସେୟାର କରିଛନ୍ତି । ସେହି ଫଟୋ ଜରିଆରେ ମଲାଇକା ଉଭୟ ଅର୍ଜୁନ ଓ ସଂୟୁକ୍ତାଙ୍କୁ ବର୍ଥଡେ ଶୁଭେଚ୍ଛା ଜଣାଇଛନ୍ତି ।

ଅର୍ଜୁନଙ୍କ ଭଉଣୀ ଅନସୁଲା କପୁର ମଧ୍ୟ ଇନଷ୍ଟାଗ୍ରାମରେ ଛୋଟ ବେଳର ଏକ ଫୋଟୋ ସେୟାର କରି ନିଜ ଭାଉକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଅନସୁଲା ଲେଖଛନ୍ତି, ମୁଁ ଜାଣିଥିବା ସବୁଠୁ ଭଲ ମଣିଷ❤️...ହାପି ବର୍ଥଡେ ଭାଇ@arjunkapoor । ସେହିପରି ବଲିଉଡର ଖୁବ୍ ଜଣାଶୁଣା କଳାକାର କ୍ୟାଟ୍ରିଲ କୈଫ୍, ଅନୁଷ୍କା ଶର୍ମା, ମନୀଷା ମଲହୋତ୍ରା, କରୀନା କପୁର, ଆୟୁଷ୍ମାନ ଖୁରାନା, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ହୁମା କ୍ୟୁରେସି ପ୍ରଭୃତି ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଆଗାମୀ ଦିନରେ ଅର୍ଜୁନ 'ଭୁତ ପୋଲିସ'ରେ ସୈଫ ଅଲ୍ଲୀ ଖାନ, ୟାମି ଗୌତମ ଓ ଜ୍ୟାକଲିନଙ୍କ ସହ ସ୍କ୍ରିନ ସେୟାର କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.