ହାଇଦ୍ରାବାଦ: ଅଭିନେତା ଅର୍ଜୁନ କପୁରଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ବ୍ୟାୟାମ ଏବଂ ଡାଏଟ ଜଡିତ ଫଟୋ ଏବଂ ଭିଡିଓରେ ପରିପୂର୍ଣ୍ଣ ଥାଏ । ଆଜି ଅଭିନେତା କିଛି ଯୋଗ ଫଟୋ ଅନ୍ୟ ଏକ ସେଟ୍ ସେୟାର କରିଛନ୍ତି । ତେବେ ଖାସ କଥା ହେଉଛି କି, ଅର୍ଜୁନ କପୁର ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ଏହି ନୂଆ ଫିଟନେସ୍ ଯାତ୍ରା ଆରମ୍ଭ କରିବାରେ ମଲାଇକା ଆରୋରା ତାଙ୍କୁ ସାହାଯ୍ୟ କରିଛନ୍ତି ।
ପ୍ରଥମ ଫଟୋରେ, ଅର୍ଜୁନ କପୁର ଆଣ୍ଠୁ ଉପରେ ବସିଛନ୍ତି ଏବଂ ମୁଣ୍ଡକୁ ପଛ ପଟକୁ ନୁଆଁଇଛନ୍ତି ଏହା ସହିତ ଗୋଇଠି ଉପରେ ହାତ ପାପୁଲି ରଖିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ମୁଁ Iyengar Yoga ଖୋଜି ଖୋଜି ଏକ ନୂଆ ଯାତ୍ରା ଆରମ୍ଭ କରିଛି । ଏହା ମୋର ସ୍ଥିତିକୁ ଠିକ୍ କରିବ।
- " class="align-text-top noRightClick twitterSection" data="
">
@Sarvesh_shashi, @malaikaaroraofficial ଏବଂ ମୋର ପ୍ରଶିକ୍ଷକ @yoga_subhamsri କୁ ଧନ୍ୟବାଦ, ମୋ ମନ ଏବଂ ଶରୀରର ପୁନଃନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ସକ୍ଷମ ହୋଇଛି । ସବୁଦିନ ପାଇଁ କୃତଜ୍ଞ !!! "ମଲାଇକା ଅରୋରା ହାତ ହଲାଇବା ଏବଂ ଏକ ମସଲ ଇମୋଜି ସେୟାର କରିଛନ୍ତି ।