ETV Bharat / sitara

ଅର୍ଜୁନଙ୍କ ବଡ ଖୁଲାସା, ବିବାହ ପାଇଁ ପଡୁଛି ପ୍ରେସର

ଫିଲ୍ମଠୁ ଅଧିକ ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରହୁଥିବା ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବିବାହ ଚର୍ଚ୍ଚା ଦୀର୍ଘ ସମୟରୁ ଶୁଣିବାକୁ ମିଳୁଛି । ବିବାହ ପାଇଁ ଅର୍ଜୁନଙ୍କ ଉପରେ ପରିବାର ତରଫରୁ କରାଯାଉଛି ପ୍ରେସର ।

arjun kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କପୁର ଫ୍ୟାନକ୍ଲବ
author img

By

Published : Jan 13, 2020, 2:23 PM IST

ମୁମ୍ବାଇ: ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ସମୟରୁ ରିଲେସନଶିପରେ ରହିଆସୁଛନ୍ତି । ସବୁବେଳେ ନିଜ ରିଲେସନଶିପକୁ ନେଇ ମୌନ ବ୍ରତ ପାଳୁଥିବା ଏହି ଯୋଡି ଗତ ବର୍ଷ ପରସ୍ପର ଜନ୍ମଦିନରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ନିଜ ପ୍ରେମର ହିଣ୍ଟ ଦେଇଥିଲେ । ଖାଲି ଏତିକି ନୁହେଁ ନିକଟରେ ଶୁଣିବାକୁ ମିଳୁଥିଲା ଯେ ଏହି ଲଭବାର୍ଡ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଅର୍ଜୁନଙ୍କ ଉପରେ ପରିବାର ତରଫରୁ ମଧ୍ୟ ବିବାହ କରିବାର ପ୍ରେସର ପଡୁଛି । ଏକଥା ଆମେ କହୁନାହୁଁ ଏହାର ଖୁଲାସା ଅର୍ଜୁନ ନିକଟରେ ଏକ ସାକ୍ଷାତକାରରେ କରିଥିଲେ ।

ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ପରିବାର ତରଫରୁ ଆପଣଙ୍କ ଉପରେ ବିବାହ ପାଇଁ ପ୍ରେସର କରାଯାଇଛି । ଏହାର ଜବାବରେ ସେ କହିଥିଲେ ଯେ ହଁ, ପୂର୍ବରୁ ବହୁତ କରାଯାଉଥିଲା । ହେଲେ ସମସ୍ତେ ଏବେ ଜାଣିସାରିଲେଣି ଯେ ସେ ଶୁଣିନ୍ତି ସମସ୍ତଙ୍କର ହେଲେ କରନ୍ତି ନିଜ ମନ ମୁତାବକ । ସବୁବେଳେ ତାଙ୍କ ଉପରେ ପ୍ରେସର ପକାଉଥିଲେ କିନ୍ତୁ ଗୋଟିଏ ପଏଣ୍ଟ ପରେ ଏହା ବନ୍ଦ ହୋଇଯାଇଛି । ଘର ଲୋକଙ୍କୁ ଏବେ ବିଶ୍ବାସ ହୋଇଯାଇଛି ଯେ ସେ ଯାହା ମଧ୍ୟ ନିଷ୍ପତ୍ତି ନେବେ ଭାବି ଚିନ୍ତି ନେବେ । ତାର ପ୍ରାକ୍ଟିକାଲ ଜିନିଷକୁ ବୁଝି କରିବେ ।

କଥାଟି ହେଲା ସେ ସବୁବେଳେ ନିଜ ବୟସଠୁ ଅଧିକ ପରିପକ୍ବ ରୂପେ ଜୀବନ ବଞ୍ଚିଆସୁଛନ୍ତି । ସେ ନିଜ ଜୀବନର ସବୁ ସମସ୍ୟାକୁ ବିନା ଚିନ୍ତାରେ ହ୍ୟାଣ୍ଡଲ କରିନିଅନ୍ତି । ଆଉ ସେ ଯେବେ ବିବାହ କରିବେ କାହାକୁ ଲୁଚାଇ କରିବେ ନାହିଁ ବୋଲି କହିଥିଲେ ଅର୍ଜୁନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.